ଦକ୍ଷିଣ ଓଡ଼ିଶାରେ ବାସ କରୁଥିବା କାମ୍ପ ଜାତିକୁ ଓଡ଼ିଶାରେ ପଛୁଆ ବର୍ଗ ମାନ୍ୟତା ଦାବିକରି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଚିଠିଲେଖିଲେ କେନ୍ଦ୍ରମନ୍ତ୍ରୀଙ୍କୁ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ପାରଳାଖେମୁଣ୍ଡି :- ଓଡିଶା ରାଜ୍ୟରେ କାମ୍ପ ଜାତିକୁ ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରା ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଠାରେ ଏମାନେ ସାଧାରଣ ବର୍ଗ ଶ୍ରେଣୀରେ ରହିଛନ୍ତି । ତେଣୁକରି ରାଜ୍ୟର କାମ୍ପଜାତି ଗୋଷ୍ଟି ପ୍ରତି କେନ୍ଦ୍ର ସରକାର , ଓଡ଼ିଶାରେ ଯେଉଁଭଳି କାମ୍ପ ଜାତିକୁ ପଛୁଆ ବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି , ଠିକ ସେହିଭଳି କେନ୍ଦ୍ର ସରକାର ମଧ୍ୟ କାମ୍ପ ଜାତିକୁ କେନ୍ଦ୍ରର ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଇବା ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କେନ୍ଦ୍ର ସୋସିଆଲ ଜଷ୍ଟିସଓ ଏମ୍ପାପାୱାର ମନ୍ତ୍ରୀ ଡ.ଭିରେନ୍ଦ୍ର କୁମାରଙ୍କୁ ଚିଠିଲେ ଖିଥିବାବେଳେ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାଞ୍ଚଳରୁ ବଡ ଧରଣର ଏକ ପ୍ରତିନିଧି ଦଳ ଓଡିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଦାବିପତ୍ର ଦେଇ ନିବେଦନ ଜଣାଇବା ପାଇଁ ଶୁକ୍ରବାର ଭୁବନେଶ୍ୱର ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପାରଳାଖେମୁଣ୍ଡି ସ୍ଥିତ ପିଡବ୍ଲ୍ୟୁଡି: ବଙ୍ଗଳା ଠାରେ ଗଜପତି ଜିଲ୍ଲାର କାମ୍ପ ସମାଜ ପକ୍ଷରୁ ଉପରୋକ୍ତ ବିଷୟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହାଇଟେକ ମେଡିକାଲ କଲେଜର ଅଧ୍ୟକ୍ଷ ତଥା ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ତଥା ବରିଷ୍ଠ ବିଜେଡି ନେତା ଡ଼ଃ ତିରୁପତି ପାଣିଗ୍ରାହୀ ଏବଂ କାମ୍ପ ସମାଜର ଶ୍ରୀ ଏସ: ବାଲାରାଜୁ ପ୍ରମୁଖ ମଞ୍ଚଆସିନ ରହି କହିଥିଲେ ଯେ , ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାଞ୍ଚଳରେ ଯେଉଁ କାମ୍ପ ଜାତିର ଲୋକେ ରହିଛନ୍ତି । ଏମାନେ ସମସ୍ତେ ଅତ୍ୟନ୍ତ ଗରିବ ଓ ଚାଷୀକୁଳ ଶ୍ରେଣୀର । ଏମାନେ ମୁଖ୍ୟତଃ ବିଭିନ୍ନ କୃଷିକାର୍ଯ୍ୟ ଉପରେ ସବୁବେଳେ ନିର୍ଭରଶୀଳ ।

ଏହି କାମ୍ପ ଜାତି ଲୋକଙ୍କ ଦୀର୍ଘ ବର୍ଷର ଦାବୀ ରହିଛି ଯେ , ଏମାନେ କେନ୍ଦ୍ର ସରକାରଙ୍କ ପଛୁଆବର୍ଗ ଶ୍ରେଣୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ମାନ୍ୟତା ପାଇବାପାଇଁ ।ପଡୋଶୀ ଆନ୍ଧ୍ର ପ୍ରଦେଶରେ ବହୁ ପଛୁଆବର୍ଗ ଶ୍ରେଣୀରଲୋକେ ରହିଛନ୍ତି । ସେହିଭଳି ଓଡିଶାରେ ମଧ୍ୟ ସେମାନଙ୍କ ବହୁ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ସମସ୍ତେ ଯେଉଁ ଅଛନ୍ତି ସେମାନେ ମଧ୍ୟ ସେଠାରେ ପଛୁଆବର୍ଗ ଶ୍ରେଣୀର ମାନ୍ୟତା ପାଇବା ସଙ୍ଗେ ସଙ୍ଗେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପଛୁଆବର୍ଗ ଶ୍ରେଣୀ\’ର ମାନ୍ୟତା ପାଇ ଆସୁଛନ୍ତି । ଓଡିଶାରେ କାମ୍ପଜାତିକୁ ରାଜ୍ୟ ସରକାର ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥିବା ବେଳେ ଏହି କାମ୍ପଜାତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି l

ଓଡିଶାରେ ଥିବା କାମ୍ପଜାତି ଗୋଷ୍ଟିଙ୍କ ପକ୍ଷରୁ ଦୀର୍ଘ ବର୍ଷର ଦାବୀ ରହିଛି ଯେ , ସେମାନଙ୍କୁ କେନ୍ଦ୍ର
ସରକାରଙ୍କ ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାପାଇଁ ।ସେମାନଙ୍କ ପିଲାମାନେ ଉଚ୍ଚପାଠ ପଢି ମଧ୍ୟ କେନ୍ଦ୍ର ସରକାରଙ୍କ କୋଣସି ବ୍ୟବସ୍ଥାରେ ସୁବିଧା ପାଇ ପାରୁନାହାନ୍ତି କି ସେହି ପିଲାମାନେ ଉଚ୍ଚଶିକ୍ଷିତହୋଇମଧ୍ୟ ଆଗକୁ ବଢି ପାରୁନାହାନ୍ତି ।କାମ୍ପ ଜାତି ଗୋଷ୍ଟିଙ୍କ ଏହି ଦୀର୍ଘବର୍ଷର ଦାବୀକୁ ଆଗକୁ ନେବା ପାଇଁ ଏଇ ନିକଟରେ କେନ୍ଦ୍ର ସରକାରଙ୍କ ଠାରୁ ଏକ ସୁଯୋଗ ଆସିଲା ଯେ , ଏ ସମ୍ପର୍କରେ ମାନ୍ୟବର ପାର୍ଲିଆମେଣ୍ଟ କହିବା ପ୍ରକାରେ ରାଜ୍ୟ ସରକାର ମାନେ ସେହି ପଛୁଆବର୍ଗ ଶ୍ରେଣୀ ନିର୍ଦ୍ଧାରଣ କରି ସରକାରଙ୍କୁ ଶୁପାରିସ କରିବେ।ବର୍ତ୍ତମାନ ଏହାକୁ ନେଇ କାମ୍ପ ସମାଜ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି ।

ରାଜ୍ୟ ସରକାରଙ୍କୁ ଏ ନେଇ ଦାବିପତ୍ର ଦେଇ ନିବେଦନ ଜଣାଇବା ପାଇଁ ସମାଜର ଏକ ବଡ଼ ଧରଣର ପ୍ରତିନିଧି ଦଳ ଭୁବନେଶ୍ୱର ଗ୍ରସ୍ତ କରୁଛନ୍ତି । ଭୁବନେଶ୍ୱର ଠାରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ନିବେଦନ କରି ଜଣାଇବେ ଯେ , ସେମାନଙ୍କର ଏହା ଦୀର୍ଘ ବର୍ଷର ଦାବି ଓ ଏହି ଦାବୀର ଯଥାର୍ଥତା ରହିଛି ଯେ , କେନ୍ଦ୍ର ସରକାରଙ୍କ ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଇବା ପାଇଁ । ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନ: ବିରରାଜୁ , ଵାଲା ଧନଞ୍ଜୟ , ଏମ: ମାଲେଶ୍ବର ରାଓ , କେ: ତେଜେଶ୍ୱର ରାଓ , କେ:ମଧୁ , ପାଇଲା ବାଲାରାଜୁ , କେ: ରାମାରାଓ ଓ ବି: ରାଜେଶ କୁମାରଙ୍କ ସମେତ କାମ୍ପ ସମାଜର ବହୁ ଲୋକ ଉପସ୍ଥିତ ଥିଲେ ।