ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ନୟାଗଡ଼ :- ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଅଛି । ଯୁବରେଡ଼କ୍ରସର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ସଂସ୍ଥା । ଏହି ସଭାରେ ଅଧକ୍ଷତା କରିଥିଲେ ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ଶିବ ପ୍ରସାଦ ଦାଶ । ରେଡ଼କ୍ରସର ଜିଲ୍ଲା ସଂଯୋଜକ ଡ଼ ଆଦିତ୍ୟ ମିଶ୍ର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସର ମୁଖ୍ୟବକ୍ତା ଭାବେ ଯୋଗଦେଇ ସମସ୍ତ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ଯୁବ ରେଡ଼କ୍ରସର ପରାମର୍ଶଦାତା ଦୀପାନିତା କର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏଲ.ଟି ଗୋଲୋକ ବିହାରୀ ନାୟକ, ଏଲ.ଟି ବିନ୍ଦୁଲତା ଷଣ୍ଢ, କମଲ କୁମାର ବର୍ମା, ଜାତୀୟ ସେବା ଯୋଜନା ଅଧିକାରୀ ସସ୍ମିତା ନାୟକ, ଆଶ୍ଚର୍ଯ୍ୟ କର, ଜ୍ୟୋତିଭୂଷଣ ନାୟକ,