No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ଭୁବନେଶ୍ୱର :- ଚଳିତ ପାର୍ବଣ ଋତୁରେ ଭାରତର ଦ୍ରୁତ ବିକଶିତ ସିନେମା ଶୃଙ୍ଖଳା ମଧ୍ୟରୁ ଅନ୍ୟତମ, ମୁକ୍ତା ଏ୨ ସିନେମା ଓଡ଼ିଶାର ରାୟଗଡ଼ା ଠାରେ ଏହାର ସଦ୍ୟତମ ପ୍ରପର୍ଟିର ଶୁଭାରମ୍ଭ କରିବାକୁ ଯାଉଛି । ଏହି ପ୍ରଥମ ପ୍ରପର୍ଟି ସହିତ ରାଜ୍ୟରେ ନିଜର ଉପସ୍ଥିତିର ଶୁଭାରମ୍ଭ କରି ମୁକ୍ତା ଏ୨ ସିନେମା, ସମସ୍ତ ସିନେପ୍ରେମୀ ମାନଙ୍କୁ ଚଳଚ୍ଚିତ୍ର ଦେଖିବାର ସର୍ବଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଜାରି ରଖିବ । ଓଡ଼ିଶାର ରାୟଗଡ଼ା ଠାରେ ନୂଆ କରି ଶୁଭାରମ୍ଭ ହେବାକୁ ହୋଇଥିବା ଏହି ପ୍ରପର୍ଟିରେ ୩ଟି ସ୍କ୍ରିନ ରହିଛି ଏବଂ ଏହା ୪୮୮ଟି ସିନେ ବଫ ସ୍ଥାନିତ କରିପାରିବ ା ଆହୁରି ମଧ୍ୟ ଏହି ପ୍ରପର୍ଟିର ୩ଡି ସ୍କ୍ରିନ ଏବଂ ୨କେ ପ୍ରୋଜେକ୍ସନ ସହିତ ଏହା ଦର୍ଶକଙ୍କ ମଧ୍ୟରେ ରହିଥିବା ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ସିନେମା ଦେଖିବାର ସର୍ବଶ୍ରେଷ୍ଠ ଅନୁଭୂତି ସୁନିଶ୍ଚିତ କରିବ । ଏହି ନୂଆ ପ୍ରପର୍ଟିରେ ଆରାମଦାୟକ ବସିବା ବ୍ୟବସ୍ଥା ରହିଥିବା ହେତୁ ସିନେମା ଦେଖିବାର ବିଳାସପୂର୍ଣ୍ଣ ଅନୁଭୂତି ମଧ୍ୟ ରହିଛି, ଯାହାକି ଉଭୟ ସୋଫା ଏବଂ ରିକ୍ଲାଇନର ସିଟିଙ୍ଗକୁ ଅନ୍ତଭୁକ୍ତ କରିଛି ।
ଏହି ନୂତନ ପ୍ରପର୍ଟି ଉନ୍ମୋଚନ ଅବସରରେ ମନ୍ତବ୍ୟ ଦେଇ ମୁକ୍ତା ଆର୍ଟସ ଲିମିଟେଡର ମ୍ୟାନେଜିଙ୍ଗ ଡାଇରେକ୍ଟର ରାହୁଲ ପୁରୀ କହିଛନ୍ତି ଯେ, “ଓଡ଼ିଶାର ରାୟଗଡ଼ା ଠାରେ ଆମର ପ୍ରଥମ ନୂଆ ପ୍ରପର୍ଟିର ଶୁଭାରମ୍ଭ କରିବା ମୁକ୍ତା ଏ୨ ସିନେମାରେ ଆମ ପାଇଁ ଏକ ଗୌରବର ମୂହୁର୍ତ, ବିଶେଷ କରି ନାଟ୍ୟ ଜଗତ ଗତି କରି ଯାଇଥିବା ସଂଘର୍ଷର ଏହି ଘଡ଼ିସନ୍ଧି ଅବଧି ପରେ । ଶେଷରେ ଆମର ତିନୋଟି ସ୍କ୍ରିନର ପ୍ରପର୍ଟିର ଉନ୍ମୋଚନ କରିବାକୁ ଟିମ ଅତ୍ୟନ୍ତ ଉତ୍ସାହିତ ରହିଛି, ଯେଉଁଥିରେ ୪୮୮ଟି ସିଟ୍, ସରାଉଣ୍ଡ ସାଉଣ୍ଡ ଏବଂ ଗୋଟିଏ ୨କେ ପ୍ରୋଜେକ୍ସନ ସହିତ ଏକ ୩ଡି ସ୍କ୍ରିନ ରହିଛି । ଆମେ ସୁନିଶ୍ଚିତ କରିପାରିବୁ ଯେ ଆମର ଆରାମଦାୟକ ଏବଂ ବିଳାସପୂର୍ଣ୍ଣ ବସିବା ବ୍ୟବସ୍ଥା ସହିତ ପୃଷ୍ଠପୋଷକମାନଙ୍କ ପାଇଁ ଅଭିଜ୍ଞତା ଅତ୍ୟନ୍ତ ଆନନ୍ଦପୂର୍ଣ୍ଣ ହେବ ।” ଦର୍ଶକଙ୍କ ପାଇଁ ଗୁଣାତ୍ମକ ସେବା ଏବଂ ଉତମ ଅନୁଭତି ଯୋଗାଇଦେବାର ଲକ୍ଷ ସହିତ ମୁକ୍ତା ଏ୨ ସିନେମା ବିବିଧ କଂଟେଟ ସହିତ ସମଗ୍ର ଦେଶରେ ସୁଲଭ ମୂଲ୍ୟରେ ବିଳାସପୂର୍ଣ୍ଣ ଚଳଚିତ୍ର ଅନୁଭୁତି ପ୍ରଦାନ କରିବା ଜାରି ରଖିଛି । ଏହି ସମ୍ପତିର ଉନ୍ମୋଚନ ହେଉଛି ସମଗ୍ର ଦେଶରେ ବର୍ତମାନର କାର୍ଯ୍ୟକ୍ଷମ ସମ୍ପତି ସଂଖ୍ୟା ବୃଦ୍ଧି କରିବା ଲାଗି ସେମାନଙ୍କ ସଂପ୍ରସାରଣ ଯୋଜନାର ଏକ ଅଂଶ ।
No Result
View All Result