No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାଜିଲ୍ଲା ସିପିଆଇ.ଏମ ରକାର୍ଯ୍ୟାଳୟପରିସରରେ ନବମ ଗଜପତି ଜିଲ୍ଲା ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୁଆ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ରାଲିରେ ସିପିଆଇ (ଏମ୍) ରକର୍ମୀମାନେ ନଗର ପରିକ୍ରମା କରି ଜିଲ୍ଲା ସିପିଆଇ (ଏମ) କାର୍ଯାଳୟ ଠାରେ ପହଞ୍ଚି ଥିଲେ ।

ସିପିଆଇ (ଏମ)ର ଏହି ନବମ ଗଜପତି ଜିଲ୍ଲା ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତାକାଲି ସମାପନ ହେବ । ଏହି ସମ୍ମିଳନୀରେ ସିପିଆଇ (ଏମ)ର ରାଜ୍ୟ ସମ୍ପାଦକ ଅଳୀକିଶୋର ପଟ୍ଟନାୟକ,କୃଷକ ସଭା ଉପସଭାପତି ଜଗନ୍ନାଥ ମିଶ୍ର, ସିପିଆଇ(ଏମ)ର ବରିଷ୍ଠ ନେତା ଯତୀନ ମହାନ୍ତି,

ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରୟତ ପ୍ରମୁଖ ଯୋଗଦେଇ ଗଜପତି ଜିଲ୍ଲାରେ ସିପିଆଇ (ଏମ)ର ସଂଗଠନ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହ ଖାଦ୍ୟ,କାମ,ମଜୁରୀ, କେନ୍ଦ୍ରର କଳା କୃଷୀ ଆଇନ ପ୍ରତ୍ୟାହାର ସହ ଯୁବ ବର୍ଗଙ୍କୁ ତୁରନ୍ତ ନିଯୁକ୍ତି ଦିଆଯିବା ଆଦି ଉପରେ ପ୍ରାଧାନ୍ୟ ଦିଆଯାଇଥିଲା l

No Result
View All Result