No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ଲକ୍ଷ୍ମୀପୁର :- ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ମଙ୍ଗୁଆଳ ଥିବା ପୁର୍ବତନ ବିଧାୟକ କୈଳାସ ବିଜେଡ଼ିକୁ ଗଲାପରେ ବର୍ତମାନ ଏହି ନିର୍ବାଚନ ମଣ୍ଡଳିପାଇଁ କିଏ ମଙ୍ଗୁଆଳ ହେବ ସେହି ସନ୍ଧାନରେ କଂଗ୍ରେସ । ଏହି ନିର୍ବାଚନ ମଣ୍ଡଳୀ ପାଇଁ ୨୦୧୪ ମଶିହାରୁ କୈଳାସ ଚନ୍ଦ୍ର କୁଲେସିକା ଏକ ପ୍ରକାର ସାରଥୀ ଭୂମିକା ନିଭାଇ ଆସୁଥିଲେ । ସଭା ସମିତି ଠାରୁ ଆରମ୍ଭ କରି ବାଦ ପ୍ରତିବାଦ ଓ ରାସ୍ତାରୋକ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମରେ ପ୍ରାୟତଃ ସେ ନେତୃତ୍ୱ ନେଉଥିଲେ । ଜିଲାରରେ ଥିବା ୫ଗୋଟି ବିଧାନ ସଭାମଣ୍ଡଳୀ ମଧ୍ୟରୁ ଜୟପୁରରେ ତାରାପ୍ରସାଦ(ଭାଲୁ) ବାହିନୀ ପତି ବିଜୟୀ ହୋଇଥିବା ବେଳେ ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କୈଳାସ ଚନ୍ଦ୍ର କୁଲେସିକା ଜିତିଥିଲେ ।
କୋରାପୁଟ ଜିଲାରେ କଂଗ୍ରେସରୁ ଦୁଇ ଜଣ ବିଧାୟକ କଂଗ୍ରେସରୁ ଜିତିଥିଲେ । ବିଶେଷ କରି ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀର ୪ଟି ବ୍ଲକ ନାରାୟଣପାଟଣା, ବନ୍ଧୁଗାଁ ଦଶମନ୍ତପୁର,ଓ ଲକ୍ଷ୍ମୀପୁର ବ୍ଲକ ପାଇଁ ଦଳ ପାଇଁ ସାରଥୀ ଭୂମିକା ତୁଲାଉଥିଲେ କୈଳାସ’କିନ୍ତୁ କଂଗ୍ରେସରେ ଥିବା କୁଲେସିକା ୨୦୦୯ବିଧାନସଭା ନିର୍ବାଚନରେ ହେମା ଗମାଙ୍ଗଙ୍କୁ କଂଗ୍ରେସ ଦଳୀୟ ଟିକେଟ ଦେବା କାରଣରୁ ଶ୍ରୀ କୁଲେସିକା ଏଠାରୁ ସ୍ୱାଧିନ ପରାର୍ଥୀ ହୋଇଥିଲେ । ଏଠାରେ ବିଜେଡ଼ି ପ୍ରାର୍ଥୀ ଝିନ ହିକକା ଜିତିଥିଲେ । ୨୦୧୪ ନିର୍ବାଚନରେ କଂଗ୍ରେସ କୈଳାସଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା ବେଳେ ହେମା ଗମାଙ୍ଗଙ୍କୁ ବିଜୁ ଜନତା ଦଳ ଏଠାରେ ପ୍ରାର୍ଥୀ କରିଥିଲା”, ସେ ଜିତିଥିଲା ବେଳେ ହେମା ଗମାଙ୍ଗଙ୍କୁ ପ୍ରର୍ଥୀ କରିଥିଲା ବିଜେଡ଼ି ଓ ସେ ପରାଜିତ ହୋଇଥିଲେ ।
ସେହିପରି ଝିନ ହିକକାଙ୍କୁ ବିଜେଡ଼ି କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଥିଲା । ଝିନ ଜିତି ଥିବା ବେଳେ ବିଜେଡ଼ିର ଦଳୀୟ ପ୍ରାର୍ଥୀ ହୋଇ ଜିତିଥିଲେ । ୨୦୧୪ ମଶିହାରୁ ପ୍ରାୟତଃ କୈଳାସ କୁଲେସିକା ଲକ୍ଷ୍ମୀପୁର ବିଧାନ ସଭାମଣ୍ଡଳୀ ପାଇଁ ଦଳର ସାରଥି ମୂଭିକା ନିଆଇ ଆସୁଥିଲେ । କହିବାକୁ ଗଲେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ନେତୃତ୍ୱ ନେଉଥିଲେ । ତେବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହିତ କୋରାପୁଟ ଜିଲା କଂଗ୍ରେସର ସଭାପତିଙ୍କ ସହିତ ତାଙ୍କର ମତଭେଦ କାରଣରୁ କିଛି ମାସ ହେଲା ସେ ଦଳରୁ ଇସ୍ତଫା ଦେଇଥିଲେ । ଅବଶ୍ୟ ପରେ ସେ ଦେଇଥିବା ଇସ୍ତଫା ପତ୍ର କୁ ଫେରାଇ ଆଣିଥିବା କହିଥିଲେ ।
ଏହାର କିଛି ଦିନ ପରେ ସେ ପିସିସି ମୁଖ୍ୟଙ୍କ ନିକଟରେ କିଛି ଦାବୀ ଉପସ୍ଥାପନ କରି ସେଗୁଡ଼ିକ ପୂରଣ ନହେବା କାରଣରୁ ସେ ଦଳରୁ ଇସ୍ତଫା ଦେବା ସହିତ ବିଜୁଜନତା ଦଳରେ ମିଶିଛନ୍ତି । ସେହିପରି ଏଥିପୁର୍ବରୁ କୋଟପାଟଡ଼ ବିଧାନସଭା ମଣ୍ଡଳୀରେ ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରଶେଖର ମାଝି ଇସ୍ତଫା ଦେଇଥିବା ବେଳେ କୈଳାସଙ୍କୁ ପ୍ରାୟ ସବୁ ସମୟରେ ସମର୍ଥନ କରି ଆସିଥିବା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ମଧ୍ୟ ଦଳରୁ ଇସ୍ତଫା ଦେଇ ଗତ କିଛିଦିନ ତଳେ ବିଜୁଜନତା ଦଳରେ ସାମିଲ ହେବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଆଉ କିଛି ଦିନ ଭିତରେ ଯୋଗପାଗ ଦେଖି ମିଶିବା ପାଇଁ ସ୍ଥିର ହୋଇଥିବା ନିକଟ ତମ ସୂତ୍ରରୁ ଜଣା ପଡ଼ିଛି ।
କହିବାକୁ ଗଲେ ବର୍ତମାନ କୋରାପୁଟ ଜିଲାରେ କଂଗ୍ରେସର ଜଣେ ମାତ୍ର ଅପ୍ରତି ଦ୍ୱନ୍ଦ୍ୀ ନେତା ତାରାପ୍ରସାଦ ବାହିନୀ ପତି କହିଲେ ଚଳେ । କିନ୍ତୁ ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ପାଇଁ କୈଳାସ ଯେଉଁ ଭୂମିକା ତୁଲାଇ ଆସୁଥିଲେ ତାହା କିଏ କରିବ ସେନେଇ ସାଧାରଣରେ ଉତ୍ସୁକତା ଦେଖା ଦେଇଛି । ସେହିପରି କେଉଁ ମାନେ କୈଳାସଙ୍କ ସ୍ଥାନ ପୂରଣ କରିବେ ଓ ଦଳ କାହା ଉପରେ ଭରଷା କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମଙ୍ଗୁଆଳ କରିବ ଓ ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ବୈତରଣୀ ପାର ହେବ’ ତାହା ଉପରେ ସମସ୍ତଙ୍କ ନଜର ।
No Result
View All Result