No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ବରଗଡ଼ :- ବରଗଡ଼ ମହିଳା କଲେଜ ଠାରେ ଭାରତୀୟ ରେଡକ୍ରସ ସୋସାଇଟି, ଯୁବ ରେଡକ୍ରସ ଦ୍ବାରା ସଂକୁଳ ସ୍ତରୀୟ ସ୍ବେଚ୍ଛାସେବୀ ମାନଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ କଲେଜ ପରିଚାଳନା କମିଟି ର ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ନଗର ବିଜେଡି ସଭାପତି କିଶୋର ମିଶ୍ର ଯୋଗଦେଇ ଥିଲେ । ଏଥିରେ ଛାତ୍ରୀ ମାନଙ୍କୁ ଜରୁରୀ ସମୟରେ ଆଶୁ ଚିକିତ୍ସା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ରେଡକ୍ରସ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କଲେଜ ର ଛାତ୍ରୀ ମାନେ ରକ୍ତଦାନ କରିଥିଲେ । ଶିବିରରେ ରକ୍ତଦାନ କ୍ଷେତ୍ରରେ ଜିଲ୍ଲା ରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର କୁ ରେଡକ୍ରସ ତରଫରୁ ସମ୍ମାନିତ କରାଯାଇଥିଲା । ବିଧାୟକ ଦେବେଶ ଆଚାର୍ଯ୍ୟ ନିଷ୍ଠା ଅନୁଷ୍ଠାନ କୁ ସମ୍ମାନିତ କରିଥିଲେ । ନିଷ୍ଠା ପରିବାରର ସଭାପତି ରକ୍ଷପାଳ ସାହୁ, ତ୍ରିପୁରା ସୁହୁଲ,,ସ°କେତ ଆଠଘର,ସ୍ବାସ୍ତିକ ଦାଶ,ଅମଳ ଦେହେରୀ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result