No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ବରଗଡ଼ :- ବରପାଲି ସ୍ଥିତ ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଗତ ତିନିଦିନ ଧରି ଆୟୋଜିତ ହୋଇଥିବା ଉକ୍ତ ଶିବିର ର ଉଦଯାପନୀ ଦିବସରେ ଇ° କୈଳାଶ ଚନ୍ଦ୍ର ବଳ ଯୋଗ ଦେଇ ଇଲେକ୍ଟ୍ରିକାଲ ବ୍ୟବହାର ଓ ତତ୍ ସଙ୍ଗେ ସଙ୍ଗେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଟ୍ରାଫିକ ଇନ୍ସପେକ୍ଟର ଯୁଗଲକିଶୋର୍ ସିରୀୟା ଯୋଗ ଦେଇ ଯାନବାହାନ ଚଳାଚଳ ସମୟରେ ଟ୍ରାଫିକ ନିୟମ ପାଳନ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଉଦଯାପନୀ ସଭା ରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ରେଡକ୍ରସ ସଂଯୋଜକ ପରମାନନ୍ଦ ରଥ, ବରଗଡ଼ ପଞ୍ଚାୟତ କଲେଜ୍ ଅଧ୍ୟକ୍ଷ ପତିତପାବନ ସାହୁ ,ଉମେଶ ଚନ୍ଦ୍ର ମହାପାତ୍ର, ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତଯ୍ୟାମି ପଣ୍ଡା ଯୋଗ ଦେଇଥିଲେ । ସ୍ବାଗତ ଭାଷଣ ରେଡକ୍ରସ୍ କାଉନସିଲର ଯତୀନ୍ଦ୍ର କୁମାର ସାହୁ ପ୍ରଦାନ କରିଥିବା ବେଳେ ନିଳୀମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ କୋଭିଡ ନିୟମକୁ ମାନି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l
ଏଥିରେ ଜଗବନ୍ଧୁ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର, ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ବରପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟର ,ଘନଶ୍ୟାମ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଟାପାଲିର,କଟାପାଲି +୩ ମହାବିଦ୍ୟାଳୟ,ରେଶମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର, ବାବା ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର , ଫର୍ମାସିଟିକାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟିଙ୍ଗିପାଲି ,ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତେତେଲପାଲିର ଛାତ୍ର ଛାତ୍ରୀ ଓ ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ ।
ପ୍ରଦୀପ କୁମାର ମେହେର, ସୁଧାଂଶୁ ଦାସ,ମିନତି କୁମାରୀ ବାବୁ ସୁନୀଲ କୁମାର ନନ୍ଦ, ସାଗର ପଧାନ,ନୀତେଶ ତାଣ୍ଡି, ଅଧ୍ୟାପିକା ଅଙ୍କିତା ବାବୁ,ଜୟଲକ୍ଷ୍ମୀ ସାହୁ,ପିଙ୍କି ବାରିକ,ଜ୍ୟୋତି ସାହୁ ଙ୍କ ସମେତ ସହକର୍ମୀ ବୃନ୍ଦ ଶଶାଙ୍କ ଶେଖର ପଧାନ,ସାର୍ଥକ ପାଣିଗ୍ରାହୀ,ପ୍ରଦୀପ କୁମାର ମିଶ୍ର,ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, କାଲୁ କୁମ୍ଭାର,ଆନନ୍ଦ ବେହେରା,ତ୍ରିପୁରା ବେହେରା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

No Result
View All Result