No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ବୁଧବାର ) ବାଙ୍କୀ :- ଚିକିତ୍ସାଳୟ ମରିବା ପରେ ଶବକୁ ସମ୍ମାନ ସହକାରେ ମୃତକଙ୍କ ଘର ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମହାପ୍ରୟାଣ ଗାଡ଼ିର ବନ୍ଦୋବସ୍ତ କରାଯାଇଛି । କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜନସାଧାରଣ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ କୁ ଚଳିତ ବର୍ଷ ଜୁଲାଇ ମାସ ୧୭ତାରିଖ ଦିନ କଟକ ଲୋକ ସଭା ସାଂସଦ ଭର୍ତ୍ତୁହରି ମହତାବ ସାଂସଦ ଉନ୍ନୟନ ପାଣ୍ଠିରୁ ମହାପ୍ରୟାଣ ଗାଡ଼ି ପ୍ରଦାନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ସ୍ୱାସ୍ଥ୍ୟ ବିଭାଗ ଅବେହେଲା ରୁ ଆଜି ପର୍ଯ୍ୟନ୍ତ ଉକ୍ତ ମହାପରାୟଣ ଗାଡ଼ି ବ୍ୟବହାର ନହୋଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଛି ।
ଉକ୍ତ ଗାଡି କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଆଜି ବାଙ୍କୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଶବ ବାହାକ ନୂତନ ଗାଡ଼ି ରହିଥିବା ବେଳେ ଶବ ନେବାକୁ ପ୍ରଶାସନିକ ସ୍ତରରେ କୌଣସି ବ୍ୟବସ୍ଥା ରହିନଥିବା ବେଳେ ମୋଟର ସାଇକେଲ୍ ଯୋଗେ ଜନୈକ ଦିବ୍ୟାଙ୍ଗଙ୍କ ମୃତ ଦେହ ବୁହା ହେବା ବାଙ୍କୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଢଁସର ଗ୍ରାମର ଖମାର ପାଟଣା ସ୍ୱର୍ଗତ ସନ୍ତୋଷ ଲେଙ୍କା ଙ୍କ ଦିବ୍ୟାଙ୍ଗ ପୁତ୍ର ସରୋଜ ଲେଙ୍କା(୧୯) ଗତକାଲି ଶାରୀରିକ ଅସୁସ୍ଥତା ଅନୁଭବ କରିଥିଲେ ।
ପରିବାର ପକ୍ଷରୁ ୧୦୮ ଗାଡି ରେ ଗତକାଲି ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦିବ୍ୟାଙ୍ଗ ଲେଙ୍କା ଙ୍କ ପରିବାର ଲୋକେ ଉପଖଣ୍ଡ ଚିକିିତ୍ସାଳୟ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିଥିଲେ ମାତ୍ର ଶବ କୁ କିପରି ଘରକୁ ନେବେ ଚିକିତ୍ସାଳୟ ଅଧିକାରୀ କହିଲେ ଆମର ଏଠି ସୁବିଧା ନାହିଁ ଯାହା ଅଛିତାହା ଚାଲୁନାହିଁ । ପରିବାର ଲୋକେ ଘରୋଇ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ଉକ୍ତ ଆମ୍ବୁଲାନ୍ସ ଅଧିକ ଟାଂକ୍ସଦ ଘରୋଇ ଆମ୍ବୁଲାନ୍ସର ଭଡା ଦେବାକୁ ସମ୍ଭବ ନହେବାରୁ ବାଇକ୍ ଯୋଗେ ଶବ ବୁହାଇ ନିଜ ଗ୍ରାମକୁ ନେଇଥିଲେ ।
ତେବେ ସଧାରଣ ରେ ପ୍ରଶ୍ନବାଚୀ କାହା ସ୍ୱାର୍ଥ ସାଂସଦ ପ୍ରଦତ୍ତ ମହାପୟଣ ମୁକ୍ତି ରଥ ଏହା ସାଧାରଣ ରେ ପ୍ରଶ୍ନବାଚୀ । ମଟର ସାଇକେଲ ରେ ଶବ ବୁହାର କରୁଣ ଚିତ୍ର ତାହା ପୁଣି କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡରେ ଦେଖାଯିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବିମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏ ସଂପର୍କରେ ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଯୋଗାଯୋଗ କରିବାରେ ସେ କହିଲେ ଯେ ସାଂସଦଙ୍କ ତରଫରୁ ଏକ ମୁକ୍ତିରଥ ଯୋଗାଇ ଦିଆଯାଇଥିବା ବେଳେ ତାହା ଚଳେଇବା ପାଇଁ କୌଣସି ଚାଳକ ଏବଂ ଇନ୍ଧନର ବ୍ୟବସ୍ତା କରାଯାଇ ପାରିନାହିଁ । ଏ ସଂପର୍କରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିବାରୁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ଏହା ସ୍ୱାସ୍ଥ୍ୟ ବିଭାଗ ର ଦାଇତ୍ୱ ହୀନତା ର ନଗ୍ନ ଚିତ୍ର ବୋଲି ବହୁ ଜଣ ସାଧାରଣ ପ୍ରକାଶ କରିଛନ୍ତି ।
No Result
View All Result