ବାକ ବିବାଦ କୁ କେନ୍ଦ୍ରକରି ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ

 ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ବୁଧବାର ) ବାଙ୍କୀ :- ବାକ ବିବାଦ କୁ କେନ୍ଦ୍ରକରି ବାଙ୍କୀ ମହାବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଯାଇଛି । ଠିକ୍ ସମୟରେ ବାଙ୍କୀ ପୋଲିସ୍ ଓ ବାଙ୍କୀର ବହୁ ବୁଦ୍ଧିଜୀବି ଆସିବା ଫଳରେ ବଡ଼ଧରଣର ଗଣ୍ଡଗୋଳକୁ ରୋକାଯାଇ ପାରିଛି । ବାଙ୍କୀ ପୋଲିସ୍ ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ଫୋର୍ସ କଲେଜ ଠାରେ ମୃତୟନ କରାଯାଇଛି ।

କଲେଜର କ୍ଲାସକୁ ତିନି ଦିନ ପାଇଁ ବନ୍ଦ କରାଯାଇଛି ଏବଂ କେବଳ ପରୀକ୍ଷା ଓ ନାମଲେଖା ଚାଲୁ ରହିବ ବୋଲି ଅଧ୍ୟକ୍ଷ ଡଃ.ଅରୁଣ କୁମାର ବେହେରା ପ୍ରକାଶ କରିଛନ୍ତି । କଲେଜ ଭିତରକୁ ଛାତ୍ର କିମ୍ବା ଅଣଛାତ୍ର ପ୍ରବେଶ ନକରିବା ଉପରେ ପୋଲିସ୍ ତିକ୍ଷ୍ନ ଦୃଷ୍ଟି ରଖିଛି ।