No Result
View All Result
୨୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳର ସାଂସଦ ପ୍ରାର୍ଥି କ୍ୟାପଟେନ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁ ପ୍ରଚାର ଓ ପ୍ରସାରକୁ ଜୋରଦାର ଭାବେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିଖି କାର୍ଯ୍ୟକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରି ଏବେ ଶକ୍ତିଶାଳୀ ହେବାରେ ଲାଗି ପଡିଛି । ଯାହା ଫଳରେ ବିରୋଧି ଦଳର ଶିବିରରେ ହୃଦକମ୍ପନ ସୃଷ୍ଟି ହୋଇ ସେମାନଙ୍କର ବିଜୟ ହାସଲ କରିବା ଆଶା ମଉଳିବାରେ ଲାଗି ପଡିଥିବାରୁ ବିଭିନ୍ନ ରଣନୀତି ଆପଣେଇବା ପାଇଁ ଯୋଜନା କରୁଛନ୍ତି । ସାଂସଦ ପ୍ରାର୍ଥି ମନ୍ମଥ ଓ ବିଧାୟକ ପ୍ରାର୍ଥି ପ୍ରଦୀପଙ୍କ ସମର୍ଥନ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜନ ସାଧାରଣ ସ୍ଵତଃ ପ୍ରବୃତ୍ତ ଭାବେ ବିଜୟ ଲାଭ କରିବା ପାଇଁ ଆର୍ଶୀବାଦ ଦେବା ସହ ବିପୁଳ ପରିମାଣର ଜନ ସମର୍ଥନ ମିଳୁଥିବାର ଦେଖିବାକୁ ମିଳୁଛି ।

ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଦୀର୍ଘ ବର୍ଷ ବ୍ୟବଧାନ ପରେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏକ ସସକ୍ତ ଅପରାଜିତ ସମୃଦ୍ଧିଶାଳୀ ବିଜେଡ଼ି ଦଳର ନବାଗତ ସାଂସଦ ପ୍ରାର୍ଥି ଓ ସ୍ଥାନୀୟ ବିଧାୟକ ପ୍ରାର୍ଥି ଦିଆ ଯାଇଥିବାରୁ ଭୋଟରଙ୍କ ମନ ଜିଣି ଭୋଟ ସଂଗ୍ରହରେ ଲାଗି ପଡିଛନ୍ତି। ବିଜେଡ଼ି ବିଧାୟକ ପ୍ରାର୍ଥି ପ୍ରଦୀପ ସ୍ଥାନୀୟ ଲୋକଙ୍କ ପ୍ରତ୍ୟେକ ସମସ୍ୟାକୁ ସମାଧାନ କରିବା ପାଇଁ ସର୍ବଦା ଚେଷ୍ଟା ଜାରୀ ରଖିଥିବାରୁ ସଙ୍ଗଠନ ସବଳ ହୋଇ ମହାଦୃମରେ ପରିଣତ ହୋଇଛି । ତେବେ ସୋମବାର ଦିନ ପୂର୍ବାହ୍ନରେ ଗେଡ଼ିଆପଲ୍ଲୀ,ଧଳାପଥର,ସାଗୁର ଗାଁ ଓ ବୋଲଗଡ ପଞ୍ଚାୟତରେ ଜୋନ ସ୍ତରୀୟ ଜନ ପ୍ରତିନିଧି, ସରପଂଚ, ସମିତିସଭ୍ୟ ଓ ବିଜେଡ଼ି ଦଳର ଦଳର ସାଙ୍ଗଠନିକ କର୍ମୀ ଓ ନେତା ଯୋଗ ଦେଇ ପ୍ରଚାର ହୋଇଥିଲା ।

No Result
View All Result