୨୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି । ପ୍ରବଳ ଗରମ ସତ୍ତ୍ୱେ ଭୋଟରଙ୍କ ମନରେ ଭୋଟ ଦାନ ପାଇଁ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।ଭୋଟ ଦାନ ପାଇଁ ଭୋଟର ମାନେ ଲମ୍ବା ଧାଡ଼ିରେ ଛିଡା ହୋଇ ନିଜର ବହୁମୂଲ୍ୟ ମତାଧିକାର ଦେଇଥିବା ଦେଖାଯାଇଥିଲା । ବ୍ଲକ୍ ର କେତେକ ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିଲେ ମଧ୍ୟ ଲୋକେ ଉତ୍ସାହ ସହିତ ଭୋଟ ଦେଉଥିବା ଦେଖାଯାଇଥିଲା ।ଚଳିତ ବର୍ଷ ଖପ୍ରାଖୋଲ ବ୍ଲକ୍ ରେ ମୋଟ ୧୦୨ ଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଥିବା ବେଳେ ୭ ଟି ମହିଳା ଙ୍କ ପାଇଁ ସ୍ବତନ୍ତ୍ର ପିଙ୍କ୍ ବୁଥ ହୋଇଥିବା ବେଳେ ଗୋଟିଏ ଯୁବ ବୁଥ କରାଯାଇଥିବା ଜଣାଯାଇଛି ।ବ୍ଲକ୍ ରେ ମୋଟ ହାରାହାରି ୭୩ ପ୍ରତିଶତ ଭୋଟ ହୋଇଥିବା ବ୍ଲକ୍ ସହକାରୀ ନିର୍ବାଚନ ଅଧିକାରୀ ପରମେଶ୍ବର ନାଏକ ପ୍ରକାଶ କରିଛନ୍ତି । ଭୋଟିଂ ମେସିନ ରେ ତ୍ରୁଟି ଓ ଅଧିକ ଭୋଟର ଥିବାରୁ ଭାଲୁଡୁଙ୍ଗୁରି, ଲାଠୋର, ଚଙ୍ଗରିଆ ରେ ଭୋଟ ଗ୍ରହଣ ବିଳମ୍ବ ହୋଇଥିବା ଜଣାଯାଇଛି।