No Result
View All Result

୨୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ବେଣାଗାଡିଆ ଗ୍ରାମ ଭାଗବତ ଦେବ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ପଞ୍ଚାୟତ ପ୍ରୀମୀୟର ଲିଗ (ପିପିଏଲ) ଟୁର୍ଣ୍ଣlମେଣ୍ଟର ସୋମବାର ଅନୁଷ୍ଠିତ ଏକ ଲିଗ ମ୍ୟାଚରେ କିସମତ ଇଲେଭେନ ଓ ରାଇଜିଙ୍ଗ ଟାଲେଣ୍ଟସ ଦଳ ମଧ୍ୟରେ ମୁକାବିଲା ହୋଇଥିଲା। କିସମତ ଇଲେଭେନ ଦଳ ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିଲା ।

ରାଇଜିଙ୍ଗ ଟାଲେଣ୍ଟସ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୨ ଉଇକେଟ ବିନିମୟରେ ୧୯୮ ରନର ବିଶାଳ ସ୍କୋର କରିଥିଲା।ଜବାବରେ କିସମତ ଇଲେଭେନ ଦଳ ୧୦.୨ ଓଭର ଖେଳି ୮୨ ରନରେ ସମସ୍ତ ଉଇକେଟ ହରାଇ ପରାଜୟ ବରଣ କରିଥିଲା ।

ଫଳରେ ରାଇଜିଙ୍ଗ ଟାଲେଣ୍ଟସ ଦଳ ମ୍ୟାଚ୍ ବିଜୟ ଲାଭ କରିବା ସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛି। ମ୍ୟାଚଟିକୁ ଆମ୍ପେୟର ଭାବେ ବିକାଶ ଜେନା ଓ ରାକେଶ ଦଳାଇ ପରିଚାଳନା କରିଥିଲେ।ଅତିଥି ଭାବେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଯୋଗ ଦେଇ ଉଭୟ ଦଳର

ଖେଳାଳି ଓ ଆୟୋଜକ ବେଣାଗାଡିଆ ଗ୍ରାମର ଏଭରଗ୍ରୀନ କ୍ଳବର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚ୍ ଅବସରରେ ସ୍ଥାନୀୟ ଅଂଚଳର ବହୁ ଦର୍ଶକ ଖେଳ ଉପଭୋଗ କରୁଥିବା ବେଳେ କ୍ଳବ୍ ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result