ନାରେଡିବାଲ୍ସା ଆବାସିକ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ନେଇ ବିରୋଧ କଲେ ତାଡିବାଲ୍ସା ଗ୍ରାମ ବାସୀ : ଉଭୟ ସମର୍ଥକ ଗୋଷ୍ଠୀ ମୁହାଁମୁହିଁ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) କୋରାପୁଟ :-  କୋରାପୁଟ ଜିଲା ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଥିବା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଂଚାୟତର ନାରେଡିବାଲ୍ସା ପ୍ରାଥମିକ ଆବାସିକ ବିଦ୍ୟାଳୟ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ଖୋଲା ଯାଇଥିବା ବେଳେ ତାଡିବାଲ୍ସା ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । କୋଟିଆ ପଂଚାୟତର ବିବାଦୀୟ ଗ୍ରାମପୁଞ୍ଜକୁ ନେଇ ଉଭୟ ରାଜ୍ୟ ପ୍ରଶାସନ ମଧ୍ୟରେ ଗତ କିଛି ମାସ ହେଲା ଛକାପଞ୍ଝା ଚାଲିଛି। ଆନ୍ଧ୍ର ପ୍ରଶାସନର କୋଟିଆ ପଂଚାୟତରେ ବାରମ୍ବାର ଅନୁପ୍ରବେଶ ଯୋଗୁଁ ଏହାକୁ ପ୍ରତିହ କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଶୁକ୍ରବାର ଠାରୁ କଡା ପଦକ୍ଷେପ ଆପଣେଇଛି ।

ଫଳରେ ଆନ୍ଧ୍ର ଅନୁପ୍ରବେଶରେ ରୋକ ଲାଗିଛି । ଏହାକୁ ନେଇ ଆନ୍ଧ୍ରକୁ ସମର୍ଥନ କରୁଥିବା କେତେକ ଗ୍ରାମବାସୀ ଆଜି ନେରେଡିବାଲସା ବିଦ୍ୟାଳୟ ଖୋଲାଯିବାକୁ ବିରୋଧ କରିଥିବା ଜଣାପଡିଛି । ଆବାସିକ ବିଦ୍ୟାଳୟରେ ଅବସ୍ଥାପିତ ଥିବା ୬ ଜଣ ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ଗ୍ରହଣ କରିଥିଲେ । ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏଟିଗାବାଡ ଗ୍ରାମର ୧୦ ଛାତ୍ର ଛାତ୍ରୀ ବିଦ୍ୟାଳୟ ଖୋଲିବା ପରେ ଆଜି ଆସିଥିଲେ । ତେବେ ତାଡିବାଲ୍ସା ଗ୍ରାମବାଲ୍ସା ଗ୍ରାମର ୬/୭ ଜଣ ଗ୍ରାମବାସୀ ମାନେ ଯେଉଁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅଭିଭାବକ ମାନେ ଆସିଥିଲେ ସେମାନଙ୍କୁ ଧମକ ଦେଇ କହୁଥିଲେ ତୁମେ କାହିଁକି ଏହି ଓଡିଆ ସ୍କୁଲରେ ପିଲାମାନଙ୍କୁ ଛାଡୁଛ ବୋଲି କହିବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଧମକାଇ ଥଲେ ।

ଆନ୍ଧ୍ର କୁ ସମର୍ଥନ କରୁଥିବା ସମ୍ପୃକ୍ତ ଗ୍ରାମବାସୀ ଶେଷରେ ଆନ୍ଧ୍ର ପୁଲିସ କୁ ଖବର ଦେଇ ଡକାଇ ଥିଲେ । ଆନ୍ଧ୍ର ପୁଲିସ ସେଠାରେ ପହଂଚି ଉଭୟ ପକ୍ଷ ଙ୍କୁ କହିଲେଣି ଉପରିସ୍ଥ ଅଧିକାରୀ ମାନେ ଏଠାକୁ ଆସିଲେ ସମସ୍ଯାର ସମାଧାନ ହୋଇ ପାରିବ ବୋଲି ବୁଝାଇ ଥିଲେ । ଅନ୍ଯପକ୍ଷରେ ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ଯ ସୁନ୍ଦର ପଣ୍ଡା ପଟ୍ଟାଙ୍ଗି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରଜନୀକାନ୍ତ ବଡନାୟଙ୍କୁ ଏନେଇ ସୂଚନା ଦେଇଛନ୍ତି । ଏସମ୍ପର୍କରେ ପଟ୍ଟାଙ୍ଗି ବ୍ଲକ ଶିକ୍ଷାଧିକାରୀ ଚମେଲୀ ମଜୁମଦାରଙ୍କୁ ପଚାରିବାରୁ ସେ ଏବିଷୟରେ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି ।