No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ବୁଧବାର ) କୋରାଇ :- କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ:-ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା କନିଷ୍ଠ ମହାବିଦ୍ୟାଳୟର ଆଜି ନୂୂତନ ଶ୍ରେଣୀ ଗୃହ ଉଦଘାଟିତ ହୋଇଯାଇଛି । ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପଙ୍କଜିନୀ ପାଣି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ମୁଖ୍ୟଅତିଥିଭାବେ ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନା ଯୋଗ ଦେଇଥିଲେ । ଅନ୍ୟତମ ଅତିଥିଭାବେ ବରିଷ୍ଠ ଅଧ୍ୟାପିକା ଲଳିତା ସାହୁ, ମାନସୀ ବେହେରା, ରଶ୍ମିତା ପଣ୍ଡା, ଦୀପ୍ତିମୟୀ ରାଉତ, ହିରଣ୍ମୟୀ ମିଶ୍ର, ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତ, ଚିତରଞ୍ଜନ ବଳ, ହୃଷିକେଶ ତ୍ରିପାଠୀ, ପଦ୍ମଭୂଷଣ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ ।

ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଗତା ଡକ୍ଟର ଲଳିତା ରାଉତଙ୍କ ତତ୍ୱାବଧନାରେ ନିର୍ମାଣାଧୀନ ଅସଂପୂର୍ଣ୍ଣ ଏହି ଗୃହଟି ମହାବିଦ୍ୟାଳୟର ନିଜସ୍ୱ ପାଣ୍ଠି ୨୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । ଏହା ନୂତନ ପରିପାଟିରେ ୨ଟି ଶ୍ରେଣୀ ଗୃହରହିଥିଲା ବେଳେ ଏକକାଳୀନ ୩୫୦ଛାତ୍ରୀ ପଢିବାର ବ୍ୟବସ୍ଥା ହୋଇଛି । ଏହି ଉଦ୍ଘାଟନୀ ଅବସରରେ ପୂର୍ବତନ ଅଧ୍ୟକ୍ଷା ଡକ୍ଟର ରାଉତଙ୍କ ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁବାସଚନ୍ଦ୍ର ସ୍ୱାଇଁ, ଗୋବର୍ଦ୍ଧନ ନାୟକ, କ୍ରିଡାଶିକ୍ଷକ ଅଶୋକ ଦାସ, ଅଧ୍ୟାପିକ ଦେବଜାନୀ ଦାସ, ରାଜଲକ୍ଷ୍ମୀ ଦାସ, ଅନିମା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟକିରାଣୀ ତ୍ରିଲୋଚନ ବିଶ୍ୱାଳ, କଲ୍ୟାଣୀ ପରିଡା, କ୍ଷୀରୋଦ ରାଉତ, ପ୍ରଦୀପକୁମାର ପରିଡା, ଶିବପ୍ରସାଦ ଦାସ, ବିନାୟକ ପାଢୀ, ରମେଶ ସ୍ୱାଇଁ, ବସନ୍ତ ସେଠୀ, ସତ୍ୟଭାମା ସ୍ୱାଇଁ, ସୁକାନ୍ତି ଦାସ, ଜୟପ୍ରକାଶ ଦାସ, ପ୍ରଦୀପ ଦାସ, ଅଚ୍ୟୁତ ମଲିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ଅଧ୍ୟାପକ ଚିତରଞ୍ଜନ ବଳ ଧନ୍ୟବାଦ ଦେଇଥିଲେ ।

No Result
View All Result