No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ବୁଧବାର ) ବରଗଡ଼ :- ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୋଲିସ ର ତଦନ୍ତ କାର୍ଯ୍ୟ ରେ ଶିତଳତା ର ପ୍ରତିବାଦରେ ଆଜି ବରଗଡ଼ ଗାନ୍ଧୀ ଛକ ଠାରେ କୋଶଲ ସେନା ପକ୍ଷରୁ ଆମରଣ ଅନଶନ ଆରମ୍ଭ କରାଯାଇଛି । ସେନା କର୍ମୀମାନେ ଅଭିଯୋଗ ରେ କହିଛନ୍ତି ଯେ ଗତ ଦିନରେ ବରଗଡ଼ ଟାଉନ ଥାନା ହାଜତ ରେ ମୃତ୍ୟୁ ବରଣ କରି ଥିବା ଗୋବିନ୍ଦ କୁମ୍ଭାର ଙ୍କ ତଦନ୍ତ ରେ ଅଗ୍ରଗତି ହୋଇପାରୁନାହିଁ କି ପୀଡ଼ିତ ପରିବାର ଙ୍କୁ ଉଚିତ ନ୍ୟାୟ ମିଳିବାରେ ସଦେ ଦେଖାଦେଇଛି ।

ସେହିପରି ମହାଲିଙ୍ଗ ସନସାଇନ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ତଦନ୍ତ ମଧ୍ୟ ଠିକ୍ ଭାବରେ ହୋଇପାରୁନାହିଁ ବୋଲି ଅଭିଯୋଗ କରିଥିଲେ । ପୀଡ଼ିତ ପରିବାର ଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦାବିରେ ଆଜି କୋସଲ ସେନା ପକ୍ଷରୁ ଆମରଣ ଅନଶନ ଆରମ୍ଭ କରାଯାଇଛି ।

No Result
View All Result