No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ବୁଧବାର ) କନ୍ଧମାଳ :- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କ ସହ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ନାବାଳିକାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।
ପରିବାର ଲୋକେ ସନ୍ଦେହ କରି ଝିଅକୁ ପଚାରିବାରୁ ସେ ସବୁ କଥା କହିଥିଲେ । ଏ ନେଇ ନାବାଳିକାଙ୍କ ବାପା ଗତ ୯ ତାରିଖରେ ଥାନାରେ ଏତଲା ଦେଇଥିଲେ l ସେହି ଦିନ ଠାରୁ ଯୁବକ ଜଣକ ଫେରାର ହୋଇଯାଇଥିଲେ ା ବୁଧବାର ସେ ଫୁଲବାଣୀ ସହରରେ ବୁଲୁଥିବା ଖବର ମିଳିବା ପରେ ଗୋଚ୍ଛପଡା ପୋଲିସ ତାଙ୍କୁ କାବୁ କରିଥିଲା l ନାବାଳିକାଙ୍କ ଡାକ୍ତରୀ ମାଇନା ପରେ ବାଳାଶ୍ରମରେ ରଖାଯାଇଛି । ଏନେଇ ଥାନାରେ ଏକ ମାମଲା ନଂ.୮୮/୨୧ ରୁଜୁ ହୋଇଥିବା ବିଷୟ ଥାନାଧିକାରୀ ରଞ୍ଜିତ କୁମାର ମୁନୀ ପ୍ରକାଶ କରିଛନ୍ତି ।
No Result
View All Result