No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) କୋରାପୁଟ :– ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏପରିକି ଯେଉଁ ଆଦିମ ଅଧିବାସୀ ମାନେ ପୁରୁଷ ପୁରୁଷ ଧରି ଘର ବାଡ଼ି କରିରହିଥିଲେ ମଧ୍ୟ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇ ନାହିଁ । ଯେଉଁଥିପାଇଁ ସରକାର ନିୟମ କରିଛନ୍ତି ଯେଉଁ ଆଦିମ ଜନଜାତି ଲୋକମାନେ ଅନେକ ବର୍ଷ ଘର ବାଡ଼ି କରି ରହିଛନ୍ତି କିନ୍ତୁ ସେମାନଙ୍କୁ ପଟ୍ଟା ମିଳି ପାରିନାହିଁ “, ସେମାନଙ୍କୁ ସରକାର ପଟ୍ଟା ପ୍ରଦାନ କରାଯିବ ବୋଲି ।
ତେବେ ଲକ୍ଷ୍ମୀପୁର ତହସିଲ ଅଞ୍ଚଳରେ କିଛି ଗ୍ରାମରେ ଯେଉଁ ଆଦିବାସୀ ମାନେ ପଟ୍ଟା ପାଇଁ ଆବେଦନ କରୁଛନ୍ତି ସେମାନଙ୍କ ଠାରୁ ଜଣ ପିଛା ୧୦୦ ରୁ ୨ ଶହ ଟଙ୍କା ଲେଖା ନିଆଯାଉଥିବା କିଛି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ତେବେ କାଳେ ତାଙ୍କ ନାମ ପ୍ରକାଶ କଲେ ସେମାନଙ୍କୁ ହଇରାଣ କରାଯିବ ତେଣୁ ସେମାନଙ୍କ ନାମ ପ୍ରକାଶ ନକରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି ।
ସେହିପରି ବର୍ତ୍ତମାନ ତହସିଲ କାର୍ଯ୍ଯାଳୟ ରେ ଏଥିପାଇଁ ଗାଁ ଗାଁ ରୁ ହିତାଧିକାରୀ ମାନେ ଜଙ୍ଗଲ ଜମି ପଟ୍ଟା ପାଇଁ ଆସୁଥିବା ବେଳେ ସେମାନଙ୍କୁ ଏଠାରେ କିଛି କର୍ମଚାରୀ ଦଲାଲ ମାନଙ୍କ ଦ୍ଵାରା ଅର୍ଥ ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଜିଲ୍ଲାପାଳ ଏଦୀଗରେ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବି ହେଉଛି । ସେହିପରି ଯଦି ସଂପୃକ୍ତ ବ୍ଯକ୍ତି ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ସରକାରଙ୍କ ଛବି ଏଥିପାଇଁ ମଳିନ ପଡିବା ଆଶଂକା କୁ ଏଡ଼ାଇ ହେବ ନାହିଁ ।
ତେବେ ଏନେଇ ତହସିଲଦାର ବନବିରୀ ଦିଣ୍ଡାଙ୍କୁ ଏନେଇ ପଚାରିବାରୁ ସେ କହିଲେ ବର୍ତ୍ତମାନ ଆବେଦନ ପତ୍ର ଗ୍ରହଣ କରାଯାଉଛି, ଏହି ପ୍ରକ୍ରିୟା ସରିବା ପରେ ପଞ୍ଚାୟତ ମାନଙ୍କରେ ବୈଠକ କରାଯାଇ କେଉଁ ମାନେ ଯୋଗ୍ଯ ହିତାଧିକାରୀ ସ୍ଥିର କରାଯିବ। ଅନ୍ଯପକ୍ଷରେ ଆବେଦନ କାରୀଙ୍କ ଠାରୁ ଟଙ୍କା ଆଦାୟ କଥା ସମ୍ପର୍କରେ ଶ୍ରୀ ଦିଣ୍ଡା କହିଲେ ଆବେଦନ କାରୀଙ୍କ ଠାରୁ ଅର୍ଥ ଆଦାୟ କରିବାର ନିୟମ ନାହିଁ। ଯେଉଁ ମାନେ ଏହା ଦେଇଛନ୍ତି ସେମାନେ କାହାକୁ ଦେଇ ଛନ୍ତି କହିଲେ ତାହାର ତଦନ୍ତ କରାଯିବ । ସେହିପରି ଆବେଦନ ପାଇଁ ଟଙ୍କା ନଦେବା ପାଇଁ ସେ କହିଛନ୍ତି ।
No Result
View All Result