No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ଛତିଆ :- ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବୈରୀ ଥାନା ବିଦ୍ୟାଧର ପୁର ଗ୍ରାମରେ ନକଲି ଜର୍ଦ୍ଦା କାରଖାନା ଠାବ, ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଓ ସାମଗ୍ରୀ ସହିତ ଦୁଇ ଭାଇଙ୍କୁ ଥାନାରେ ଅଟକ। ପ୍ରତି ବର୍ଷ ଭଳି ଠିକ ଏହି ସମୟରେ ପର୍ବ ପର୍ବାଣୀ ଭଳି ଯାଜପୁର ଜିଲ୍ଲାର ଛତିଆ ନିକଟସ୍ଥ ବିଦ୍ୟାଧରପୁର ଗ୍ରାମରେନକଲି ଜର୍ଦା କାରଖାନା ଠାବ ହେବା ସହ ବିପୁଳ ପରିମାଣର ନକଲି ଜର୍ଦା ସମେତ , ପ୍ରସ୍ତୁତି ରେ ବ୍ୟବହୃତ ଯନ୍ତ୍ରାଂଶ ,ଭିଜିଲାନ୍ସ ସ୍କ୍ୱାର୍ଡ ଦ୍ୱାରା ଜବତ ହେଉଛି । ଜଣା ପଡୁଛି ଏହା ଏକ ସେଠାକାର ପାରମ୍ପରିକ ବ୍ୟବସାୟ । ଛତିଆ ଫାଣ୍ଡି ଠାରୁ ମାତ୍ର କିଛି ବାଟରେ ଏପରି ବେଆଇନ କାରବାର ଚାଲୁଥିଲେ ମଧ୍ୟ ପୋଲିସ ର ଅଜାଣତ ରେ କେମିତି ହେଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ନା ପୋଲିସି ଜାଣତ ରେ ହେଉଛି ନା ପୋଲସି ଓ ବେବସାୟୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି ତାହା ଏକ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଜି ସ୍ପେଶାଲ ସ୍କ୍ୱାର୍ଡ ଦ୍ୱାରା ବିଦ୍ୟାଧରପୁର ରେ ଚଢ଼ାଉ କରାଯାଇ । ଏସବୁ କୁ ଜବତ କରାଯିବା ସହ ଦୁଇ ଜଣ କୁ ଅଟକ ରଖା ଯାଇ ପଚରା ଉଚରା ଜାରି ରହିଛି । ଏହି ଚଢ଼ାଉରେ ବୈରି ଥାନା ସମେତ ସ୍ପେଶାଲ ସ୍କ୍ୱାର୍ଡ ସାମିଲ ଥିଲେ ।
ସୂଚନା ଥାଉକି, ବୈରୀ ଥାନା ଅନ୍ତର୍ଗତ ନେଳିଆ ପଞ୍ଚାୟତର ବିଦ୍ୟାଧର ପୁର ଗାଁ ପାଲଟିଛି ନକଲି ଜର୍ଦ୍ଦା କାର ବାରର କୁଟୀର ଶିଳ୍ପ । ବିଗତ ଦିନରେ ବୈରୀ ପୋଲିସ ପକ୍ଷ ରୁ ବିଭିନ୍ନ ସମୟରେ ଚଢ଼ାଉ କରି ନକଲି ବେ-ଆଇନ ଜର୍ଦ୍ଦା କାର ବାରକାରୀଙ୍କୁ ଗିରଫ କରିବା ସହିତ ସାମଗ୍ରୀ ଜବତ କରି କୋର୍ଟ ଚାଲାଣ ମଧ୍ୟ କରିଥିଲେ। ତେବେ ଏହି ବେ-ଆଇନ କାରବାର ଉପରେ ଥାନା ପକ୍ଷରୁ ନଜର ରଖା ଯାଇ ଥିବା ବେଳେ,ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତ କାଲି ବିଳମ୍ବିତ ରାତ୍ରିରେ ବୈରୀ ଥାନା ପକ୍ଷରୁ ଵିଦ୍ୟାଧର ପୁର ଗ୍ରାମର ସୁନାକର ବାଇ ଙ୍କ ଘରେ ଚଢ଼ାଉ ହୋଇଥିଲା । ଘଟଣା ସ୍ଥଳରୁ ତାଙ୍କର ଦୁଇ ପୁଅ ରମାକାନ୍ତ ବାଇ( ବନା) ୪୫, ରତିକାନ୍ତ ବାଇ (କୁନା) ୩୯ ବର୍ଷ ଙ୍କୁ ବୈରୀ ପୋଲିସ ଉଠାଇ ଆଣିଥିବା ବେଳେ ଘରୁ ୧୩ ବସ୍ତା ନକଲି ଜର୍ଦ୍ଦା ଯାହାର ଓଜନ ଆନୁମାନିକ ପ୍ରାୟ ୮ କ୍ୱିଣ୍ଟାଲ ରୁ ଉର୍ଦ୍ଧ୍ବ ହେବ, ତତ୍ ସହିତ ୧ଟି ପ୍ୟାକିଙ୍ଗ ମେସିନ,୫ଗୋଟି ଜାରରେ ୧୦୦ଲିଟର ବ୍ୟବହୃତ ହେବାକୁ ଥିବା କେମିକାଲ, ଜର୍ଦ୍ଦା ତିଆରି ଲେବୁଲ, ଇତ୍ୟାଦି ବହୁ ବ୍ୟବହୃତ ସାମଗ୍ରୀ ଜବତ କରି ବୈରୀ ଥାନାରେ ରଖା ଯାଇ ଥିବା ଦେଖିବାକୁ ମିଳିଛି ।
ତେବେ ଏହି ଜର୍ଦ୍ଦା କାରବାର ନ କଲି ନୁହେଁ ବରଂ ଅସଲି ବୋଲି ଦାବି କରିଛନ୍ତି ଅଟକ ଥିବା ବ୍ୟକ୍ତି ଙ୍କ ଜନୈକ ସମ୍ପର୍କୀୟ । ତେବେ ଯଦି ସରକାରୀ ସ୍ୱୀକୃତି ପାଇ ଅଟକ ଥିବା ବ୍ୟକ୍ତି ଜଣକ ନିୟମ ଅନୁସାରେ ବ୍ୟବସାୟ ଦୀର୍ଘ ଦିନ ଧରି କରିଆସୁଥିଲେ, ତେବେ ପୋଲିସ କେଉଁ ତଥ୍ୟ ଆଧାରରେ ବ୍ୟବହୃତ ସମସ୍ତ କଞ୍ଚା ମାଲ ,ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ତାଙ୍କ ଘରୁ ଜବତ କରିଥିଲା ଏବଂ ବାଇ ଙ୍କ ଦୁଇ ପୁଅକୁ ମଧ୍ୟ ଥାନାରେ ଅଟକ ରଖିଥିଲେ ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ବଚି ସୃଷ୍ଟି କରିଛି..?? ତେବେ ଏ ଅଧିକ ତଦନ୍ତ ଥାନା ପକ୍ଷରୁ ଜାରି ରହି ଥିବା ସୂଚନା ମିଳିଛି ।
No Result
View All Result