ପାରଳାଖେମୁଣ୍ଡି ଆଦର୍ଶଥାନାକୁ ମିଳିଲା ବଡ଼ ସଫଳତା : ଗଜପତି ଷ୍ଟାଡିୟମ ନିକଟରେ ଥିବା ଶନି ମନ୍ଦିରର କବାଟ ତାଡି ହୁଣ୍ଡି ଭାଙ୍ଗି ଲୁଟି ଘଟଣାରେ ୩ଗିରଫ – କୋର୍ଟ ଚାଲାଣ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ଆଦର୍ଶଥାନାକୁ ମିଳିଲା ବଡ଼ ସଫଳତା, ଗଜପତି ଷ୍ଟାଡିୟମ ନିକଟରେ ଥିବା ଶନି ମନ୍ଦିରର କବାଟ ତାଡି ହୁଣ୍ଡି ଭାଙ୍ଗି ଲୁଟି ଘଟଣାରେ ୩ଗିରଫକରାଯାଉଥିବା ନେଇ ସୂଚନା ଦେଲେପାରଳାଖେମୁଣ୍ଡି ଥାନାର ଆଇ.ଆଇ.ସି. ବିବେକାନନ୍ଦ ସ୍ୱାଇଁ l ଗିରଫ ହୋଇଥିବା ଅଭିଯୁକ୍ତ ମାନେହେଲେ ରୋହିତ ଶ୍ରୀରାମ (୨୨), କିରଣ ବାଦା (୨୫), ଘର ପାରଳାଖେମୁଣ୍ଡି ୧ନଂ ୱାର୍ଡ଼ ର ରେଲି ସାହି ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତକ ନାଁ ହେଲା ବିଶ୍ଵନାଥ ପାଇକ(୨୧) ଘର ଗଜପତି ଜିଲ୍ଲାର ରାୟଗଡ ବ୍ଲକଜୀରାଙ୍ଗ ବୋଲି ଜଣାପଡ଼ିଛି l ସୂଚନାଯୋଗ୍ୟଏହିକିଯେ ପାରଳାଖେମୁଣ୍ଡି ସହରର ଗଜପତିଷ୍ଟାଡିୟମ  ନିକଟରେ ଥିବା ଶ୍ରୀଶ୍ରୀଶ୍ରୀରାମେଶ୍ୱର ଶନିଦେବ ମନ୍ଦିରର କବାଟ ଭାଙ୍ଗି ମନ୍ଦିର ଭିତରେ ଥିବା ହୁଣ୍ଡିକୁ ଭାଙ୍ଗି କୌଣସି ଦୁର୍ବୃତ୍ତ ଦାନ ଆକାରରେ ପଡିଥିବା ଅର୍ଥକୁ ଲୁଟି ନେଇଥିଲେ l

ମନ୍ଦିରର ପ୍ରତିଷ୍ଠାତା ଭରତ ମହାରଣାଙ୍କ ପୁଅ ସନ୍ତୋଷ ମହାରଣା ଓ ଶନିଦେବ ମନ୍ଦିରର ପୂଜକ ଜଗନ୍ନାଥ ପଣ୍ଡା ଏ ନେଇ ପାରଳା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାରୁ ପ୍ରକାଶ ଗତ ୧୪ତାରିଖ ବିଳମ୍ବିତ ରାତ୍ରରେ ଶନିଦେବ ମନ୍ଦିରର କବାଟକୁ ଶାବଳ ଦ୍ୱାରା ଭାଙ୍ଗି ମନ୍ଦିର ଭିତରେ ଥିବା ହୁଣ୍ଡିକୁ ମଧ୍ୟ ଭାଙ୍ଗି କୌଣସି ଦୁର୍ବୃତ୍ତ ଦାନ ଆକାରରେ ପଡିଥିବା ଅର୍ଥକୁ ଲୁଟି ନେବା ସହ ମନ୍ଦିରର ପିତ୍ତଳ ଘଣ୍ଟ ଓ ଅନ୍ୟାନ୍ୟ ପୂଜାରେ ବ୍ୟବହୃତ ସାମଗ୍ରୀକୁ ଲୁଟି ନେଇଛନ୍ତି ମନ୍ଦିର ପାଶ୍ୱର୍ରେ ଥିବା ପୂଜକଙ୍କ କଠୋରୀରୁ ମଧ୍ୟ ୩ହଳ ନୁଆଁ ପ୍ୟାଣ୍ଟ ସାର୍ଟ ଓ ୧୫ଶହ ଟଙ୍କା ମଧ୍ୟ ଲୁଟି ନେଇଥିବା ଅଭିଯୋଗ କରିଥିଲେ । ଏ ନେଇ ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଚୋରୀଘଟିଥିବା ଶନି ମନ୍ଦିରକୁ ଯାଇ ସମସ୍ତ ଅନୁଧ୍ୟାନ କରିବା ସହ ଚୋରୀରେ ବ୍ୟବହୃତ ଶାବଳ ଓ ଭଙ୍ଗା ଯାଇଥିବା ଚାବିକୁ ଜବତ କରାଯାଇ ଘଟଣାର ଅନୁସନ୍ଧାନ ଜାରୀ ରଖି ଥିଲେ l