No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ସମସ୍ତ ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ବିଦ୍ୟାଳୟର ସୁପରିଚାଳନା ଓ ଉନ୍ନୟନ ସକାଶେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ ।
ସରକାରଙ୍କ ବିଧି ବ୍ୟବସ୍ଥା ମୁତାବକ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ ସକାଶେ ଏକ ୧୬ ଜଣିଆ କମିଟିର ପୁନଃ ଗଠନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଉକ୍ତ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ୩ ଜଣ ବରିଷ୍ଠ ଶିକ୍ଷକ ବିନୟ କିଶୋର ଦାଶ, ରାଜୀବ କୁମାର ଦାଶ ଓ କେଶବ ମହାପାତ୍ର ସଭ୍ୟ ରୂପେ ସ୍ଥାନ ପାଇଛନ୍ତି ।
ସର୍ବ ସମ୍ମତି କ୍ରମେ ବିଭିନ୍ନ ବର୍ଗରୁ ପୁରାତନ ଛାତ୍ର କର୍ତ୍ତା ରାମଚନ୍ଦ୍ର ସାହୁ, ଲବଣୀ ଗଉଡ, ଯଶୋବନ୍ତ ଭୋଇ, ରୋହିଣୀ ମାଝୀ, ବିଷମ ମାଝୀ, ଜୋହନ ସୁନା, ମାଧୁରୀ ମାଝୀ ପ୍ରମୁଖ କମିଟିରେ ମନୋନୀତ ହୋଇଥିଲେ । ଗ୍ରାମ୍ୟ ଶିକ୍ଷା କମିଟିରେ ଜପରାମ କରୁଆଁ, ବିଜ୍ଞାନ ବିଭାଗରେ ସରୋଜ କୁମାର ସାହୁ, ସାଂସ୍କୃତିକ ସଭ୍ୟ ପ୍ରଦୀପ କୁମାର ଗଉଡ, ସରକାରୀ ସ୍ତରରୁ ବିଜୟ କୁମାର ସାହୁ ଓ କଳାରେ ରୋହିତ ସ୍ୱ।ଇଁ ସ୍ଥାନ ପାଇଛନ୍ତି
No Result
View All Result