No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ବରଗଡ଼ :- ବରପାଲି ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଅଧକ୍ଷା ପଦ୍ମିନୀ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇଥିଲେ । ଉତ୍ସବରେ ରେଡକ୍ରସ୍ କାଉନସିଲର ଯତୀନ୍ଦ୍ର କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ରେଡକ୍ରସ୍ ସହଯୋଗୀ ନିଳୀମା ନାୟକ କାର୍ଯକ୍ରମ ପରିଚାଳନା କରିଥିଲେ l

ଜଗବନ୍ଧୁ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ କାଉନସିଲର, ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ କାଉନସିଲର,ବରପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟର କାଉନସିଲର,ଘନଶ୍ୟାମ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଟାପାଲିର ଅଧ୍ୟକ୍ଷ ଓ କାଉନସିଲର,କଟାପାଲି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କାଉନସିଲର,ରେଶମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ କାଉନସିଲର,ଖୁଣ୍ଟପାଲି ବାବା ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ କାଉନସିଲର,
ଫର୍ମାସିଟିକାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟିଙ୍ଗିପାଲି ର କାଉନସିଲର,ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତେତେଲପାଲିର ଅଧ୍ୟକ୍ଷ ଓ କାଉନସିଲର ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ତିନିଦିନ ଧରି ଅନୁଷ୍ଠିତ ହେବାକୁଥିବା କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିରର ପ୍ରାସଙ୍ଗିକତାକୁ କେନ୍ଦ୍ର କରି ଅନେକ ଉପାଦେୟ ତଥ୍ୟ ପ୍ରଦାନ କରାଯାଇଥିଲା ।

No Result
View All Result