କୋଲକାତା (ଓଡିଶା ତାଜା ନ୍ୟୁଜ୍ ) ବିରୋଧର ସ୍ୱର ଉଠାଇଲେ ଦିଦି , ୨୭ ଏପ୍ରିଲ, ସୋମବାର :- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଦୋମୁହାଁ ନୀତି ଆପଣଉଛନ୍ତି । ଲକ୍ଡାଉନ୍ ସମୟରେ ଦୋକାନ ଖୋଲିବା ନେଇ କେନ୍ଦ୍ର ସରକାର ନିଜ ଆଦେଶରେ ଆହୁରି ସ୍ପଷ୍ଟ କରିବା ଦରକାର । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଗୋଟିଏ ପଟେ ଲକ୍ଡାଉନ୍ କଡାକଡି କରିବାକୁ କହୁଥିବା ବେଳେ ଅନ୍ୟପଟେ ଦୋକାନ ଖୋଲିବାକୁ କହୁଛନ୍ତି । ଏମିତିରେ କଣ କରାଯିବ ? କେନ୍ଦ୍ର ସରକାର କଣ କହୁଛନ୍ତି ଏବଂ କଣ ନିର୍ଦ୍ଦେଶ ଦେଉଛନ୍ତି ତାହା ମଧ୍ୟରେ ସ୍ପଷ୍ଟତାର ଅଭାବ ରହିଛି । ସଚିବାଳୟରେ ଜାତୀୟ ସରବରାହ ସଂସ୍ଥା ଏଏନଆଇ ସହ ଆଲୋଚନା ବେଳେ ମମତା ଏପରି ଶାଣିତ ସ୍ଵରରେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି।












