ଦେଢ଼ ବର୍ଷ ପରେ ସ୍କୁଲ୍ ଗଲେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଅକ୍ଟୋବର ସୋମବାର) ନୂଆଗାଁ :-  ରାଜ୍ୟ ରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ରେ ଅଷ୍ଟମ ଶ୍ରେଣୀ ଖୋଲିଥିବା ବେଳେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ ସ୍କୁଲ୍ ରେ ଅଷ୍ଟମ ଶ୍ରେଣୀ ଖୋଲିଛି।ଦୀର୍ଘ ଦେଢ଼ ବର୍ଷ ପରେ ଅଷ୍ଟମ ଶ୍ରେଣୀ ଛାତ୍ର, ଛାତ୍ରୀ ଅଫ୍ ଲାଇନ୍ ରେ ପାଠ ପଢିବେ ଏବଂ ଶିକ୍ଷକ ,ଶିକ୍ଷୟତ୍ରୀ ଓ ସହପାଠୀ ଙ୍କୁ ସମ୍ମୁଖ ରେ ଦେଖିବା ପାଇଁ ଉତ୍ସାହିତ ହୋଇ ସ୍କୁଲ୍ ଯାଇଥିବା ଦେଖିବାକୁ ମିଳିଛି।ଛାତ୍ର, ଛାତ୍ରୀ ମାନଙ୍କୁ କରୋନା ନୀତି ନିୟମ ପାଳନ ପୂର୍ବକ ଶିକ୍ଷକ ,ଶିକ୍ଷୟତ୍ରୀ ସ୍ଵାଗତ କରିଥିଲେ।ପ୍ରବେଶ ପଥରେ ଶିକ୍ଷକ ମାନେ ପିଲା ମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ,ପିତା ମାତା ଙ୍କ ଅନୁମତି ପତ୍ର ଦେଖିବା ସହ ହାତ ସାନି ଟାଇଜ୍ କରି ବିଦ୍ୟାଳୟ ଭିତରକୁ ଛାଡିଥିଲେ।ଛାତ୍ର ଛାତ୍ରୀ ମାନେ ମାସ୍କ୍ ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।

ପିଲାମାନେ ଅଧିକ ଦିନ ଘରେ ରହିଯାଇଥିବା ରୁ ସେମାନଙ୍କୁ ପୁଣି ସ୍କୁଲ୍ ପରିବେଶ ସହ ଖାପ ଖୁଆଇ ଚଳିବା ପାଇଁ ବିଭିନ୍ନ ଅାଲୋଚନା, ସଙ୍ଗୀତ , ଚିତ୍ରାଙ୍କନ କରାଯାଇଥିଲା । ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ ସମେତ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଓ ସି ଆର୍ ସି ସି ମାନେ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପାଠ ପଢ଼ାରେ ସପ୍ତମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷଣ ସ୍ତର ମପା ଯିବା ପାଇଁ ୨୭ ତାରିଖରେ ଓଡ଼ିଆ ,୨୮ ତାରିଖରେ ଗଣିତ ଓ ୨୯ ତାରିଖରେ ଇଂରାଜୀ ବିଷୟରେ ପରୀକ୍ଷା କରାଯିବ।ସମସ୍ତ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇ ପରୀକ୍ଷା ଦେବେ । ପିଲାଙ୍କୁ ବିଶ୍ଳେଷଣ କରିବା ପରେ କେଉଁ ପିଲାଙ୍କୁ କିପରି ପାଠ ପଢ଼ା କରାଯିବ ତାହା ଉପରେ ଧ୍ୟାନ ଦେଇ ଶିକ୍ଷକ ,ଶିକ୍ଷୟତ୍ରୀ ମାନେ କ୍ଲାସ୍ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଥିବା ଜଣା ପଡିଛି ।