No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର ) ବରଗଡ଼ :- ବିଜେପୁର ବ୍ଳକ ଅନ୍ତର୍ଗତ ତାଲ ପଦର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ରେଡକ୍ରସ ର ଶିକ୍ଷା ଓ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ତିନି ଦିନ ଧରି ହେବାକୁ ଥିବା ଶିବିର କୁ ବିଜେପୁର ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବ ରେଡକ୍ରସ ପତାକା ଉତ୍ତୋଳନ କରି ଶିବିର କୁ ଉଦଘାଟନ କରିଥିଲେ । ସ୍କୁଲ ର ଅଧ୍ୟକ୍ଷ ପଞ୍ଚାନନ ମିଶ୍ର ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଧନପତି ଦେବତା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଅକ୍ଷୟ ପ୍ରଧାନ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ । କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପକ ଅରବିନ୍ଦ ଦାସ ରେଡକ୍ରସ୍ର ଇତିହାସ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଡାକ୍ତର ସନତ କୁମାର ଠାକୁର ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଓ ତାଲିମ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।
ଶିବିରରେ ସୋହେଲା, ଘେଁସ, ବିଜେପୁର, ଚକରକେନ୍ଦ, ପୁଟକିଗ୍ରୀଞ୍ଜେଲ ଓ ତାଲ ପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସ୍କୁଲର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଉପେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତାକାଲି ଶିବିର ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ।

No Result
View All Result