No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର ) ବରଗଡ଼ :- ବରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରୂପେ ମନୋନୀତ ହୋଇଛନ୍ତି। ଓବିସି ମୋର୍ଚ୍ଚା ତରଫରୁ ପ୍ରକାଶିତ ପ୍ରେସ ରିଲିଜ ଅନୁଯାୟୀ ଦେଶର ୪୨ ଜଣ ସଭ୍ୟଙ୍କ ମଧ୍ୟରୁ ଓଡିଶା ରାଜ୍ୟରୁ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି ।
ଶ୍ରୀମତୀ ସାହୁ ଙ୍କ ସୁଦକ୍ଷ ସଂଗଠନ,ଲୋକଙ୍କ ସୁଖ ଦୁଃଖ ରେ ଭାଗିଦାରୀ ତଥା ବିଭିନ୍ନ କାର୍ଯ୍ୟକଳାପ ର ପାରଦର୍ଶିତା କୁ ଆଖି ଆଗରେ ରଖି ଏଇ ଗୁରୁଦାୟୀତ୍ୱ ଦିଆଯାଇଛି । ସଂପ୍ରତି ସ୍ଥିତି ରେ ବିଜେପି ଦଳ ର ସଙ୍ଗଠନ ସହ ମହିଳା ସଂଗଠନ କୁ ଆଗକୁ ନେବାର ପ୍ରୟାସ ରେ ସେ ସଂକଳ୍ପ ନେବା ପ୍ରତିଜ୍ଞାବଦ୍ଧ ଅଟନ୍ତି ।

ଏ ଭଳି ଗୁରୁ ଦାୟିତ୍ବ ପ୍ରଦାନ କରିଥିବାରୁ ଶ୍ରୀମତୀ ସାହୁ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା , କେନ୍ଦ୍ରଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଡା.କେ ଲକ୍ଷ୍ମଣ, ଓଡ଼ିଶା ରାଜ୍ୟ ସଭାପତି ସମୀର ମହାନ୍ତି ,ବରଗଡ ଜିଲ୍ଲା ଭାଜପା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ , ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

No Result
View All Result