No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତ ବାସୀ ଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି, ମାସ୍କ ବଣ୍ଟନ କରିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା । ଦଶପଲ୍ଲା ବିଧାୟକ ଗାତେରୀ ପଞ୍ଚାୟତ ଅଧିନରେ ଥିବା ଡାକଢୋଲ, ଭାଲିଆପଦର,ନୂଆସାହି , ଆଡିପଡ଼ା ଗ୍ରାମ କୁ ଯାଇ ଲୋକମାନଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।
ସେହିପରି ଆଦର୍ଶ ଗ୍ରାମ ସୁରୁକା ବାରି ରେ ତୋରଣ ଉଦ୍ଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦ୍ଘାଟନ କରିବା ସହ ଗାତେରୀ ଗ୍ରାମ ରେ ମିଶନ ଶକ୍ତି ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,
ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଜିଲ୍ଲା ବିଜେଡ଼ି ଯୁବ ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ, ବ୍ଲକ୍ ବିଜେଡ଼ି ଉପ ସଭାପତି ମୁରଲୀ ଧର ଜେନା, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା,ଜିଲ୍ଲା ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ, ସରପଞ୍ଚ ଓ ପଞ୍ଚାୟତ ବିଜେଡ଼ି ସଭାପତି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ସୁରୁକା ବାରି ଓ ଗାତେରୀ ଗ୍ରାମବାସୀ ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା ।
No Result
View All Result