No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର ) ନୂଆଗାଁ :- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ,ଲୋକାଭିମୁଖୀ କାର୍ଯ୍ୟ ଏବଂ ଦଶପଲ୍ଲା ବିଧାୟକ ଙ୍କ ଆଦର୍ଶ ,ଅଞ୍ଚଳର ବିକାଶ ପାଇଁ ଅହରହ ପ୍ରଚେଷ୍ଟା ଆଦି ବିଭିନ୍ନ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ନୂଆଗାଁ ବ୍ଲକ୍ ରୁ ବହୁ ବିଜେପି ଓ କଂଗ୍ରେସ ର ଆଗଧାଡିର ନେତା ,କର୍ମକର୍ତ୍ତା ଦଳ ଛାଡ଼ି ବିଜେଡ଼ି ରେ ଯୋଗ ଦେଉଛନ୍ତି । ଆଉ ଯେଉଁ କିଛି କିଛି ବିରୋଧୀ ଦଳର କର୍ମୀ ଅଛନ୍ତି ତାଙ୍କ ସ୍ବର ବନ୍ଦ ହେବାକୁ ବସିଲାଣି। କୋଣ ଅନୁକୋଣରେ ଗୋଟିଏ ଚର୍ଚ୍ଚା ବିରୋଧୀ ଶୂନ୍ୟ ହୋଇଯିବ ନୂଆଗାଁ ବ୍ଲକ୍। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତ ରେ ବିଜେଡ଼ି ର କର୍ମକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ,ଲୋକାଭିମୁଖୀ କାର୍ଯ୍ୟ ,

ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ଆଦର୍ଶ,ଅଞ୍ଚଳ ର ବିକାଶ ପାଇଁ ପ୍ରଚେଷ୍ଠା ଆଦି କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଗାତେରୀ ସରପଞ୍ଚ ବିନୋଦ କୁମାର ଖିଲାର ଏବଂ ବହୁ ବିଜେପି ଓ କଂଗ୍ରେସ ର ଆଗଧାଡିର ନେତା ଦିଲ୍ଲୀପ କୁମାର ରାଉତ,ଡମ୍ବରୁ ଧର ପ୍ରଧାନ,ଗୋବର୍ଦ୍ଧନ ଖିଲାର,ସୁରେନ୍ଦ୍ର ନାୟକ, ଜୟକୃଷ୍ନ ଖିଲାର, ଭାବଗ୍ରାହୀ ଖିଲାର, ପଞ୍ଚାନନ ଭୋଇ,ପବିତ୍ର ମୋହନ ନାୟକ,ପ୍ରତାପ କୁମାର ସାହୁ,ପ୍ରଶାନ୍ତ ଗୋଚ୍ଛାୟତ,ପ୍ରମୋଦ ସାମଲ, ଟୁଙ୍ଗୁରୁ ନାୟକ,ପବନା ଭୋଇ,ବୁଲୁ ନାୟକ ପ୍ରମୁଖ ଯୋଗଦେଇଥିଲେ।ଦଶପଲ୍ଲା ବିଧାୟକ ଦଳରେ ଯୋଗଦେଇଥିବା ବିରୋଧୀ ନେତା ମାନଙ୍କୁ ସ ସମ୍ମାନେ ଦଳକୁ ପାଛୋଟି ଆଣିଥିଲେ ।
ଏହି କର୍ମକର୍ତ୍ତା ସମ୍ମିଳନୀ ରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ତଥା ଯୁବ ବିଜେଡ଼ି ସଂଗଠକ ସଞ୍ଜୟ କୁମାର ସାହୁ,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ବ୍ଲକ୍ ଉପ ସଭାପତି ମୁରଲୀ ଧର ଜେନା, ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା,ଜିଲ୍ଲା ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ନୂଆଗାଁ ବ୍ଲକ୍ ମହିଳା ଉପ ସଭାପତି ସସ୍ମିତା ସାହାଣୀ ପ୍ରମୁଖ ଉପସ୍ଥିତ ରହି ଦଳର ସଂଗଠନ ସୁଦୃଢ ପାଇଁ ବିଧାୟକ ଙ୍କ ଅକ୍ଲାନ୍ତ ପରିଶ୍ରମ କୁ ପ୍ରଶଂସା କରିବା ସହ ବିଧାୟକ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ,ଲୋକାଭିମୁଖୀ କାର୍ଯ୍ୟ ଏବଂ ଦଶପଲ୍ଲା ବିଧାୟକ ବିକାଶ ପାଇଁ ଯେଉଁଭଳି ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି ଆଗାମୀ ପଞ୍ଚାୟତ ନିର୍ବାଚନ ରେ ପ୍ରତି ପଞ୍ଚାୟତରେ ଦଳୀୟ ସମର୍ଥିତ ପ୍ରାର୍ଥୀ ବାଜିମାତ କରିବେ ବୋଲି କହିଥିଲେ ।

No Result
View All Result