No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର) ଲକ୍ଷ୍ମୀପୁର :- କଂଗ୍ରେସ ପାଇଁ ଏମାନେ ଜିତିଥିଲେ, ଏମାନଙ୍କ ବ୍ଯକ୍ତିତ୍ବ ପାଇଁ ନୁହେଁ ବୋଲି କହିଛନ୍ତି ଜୟପୁର ବିଧାୟକ କଂଗ୍ରେସ ବିଧାୟକ ତଥା ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀ ପତି। ଚନ୍ଦ୍ର ଶେଖର, କୈଳାସ ଓ ପ୍ରଦୀପ କଂଗ୍ରେସ ପରିତ୍ଯାଗ କରି ଛନ୍ତ। ଏମାନଙ୍କ ମଧ୍ୟରୁ ଚନ୍ଦ୍ର ଶେଖର ମାଝୀ, କୈଳାସ ଚନ୍ଦ୍ର କୁଲେସିକା ବିଜୁ ଜନତାଦଳରେ ଯୋଗଦେଇ ସାରିଥିଲା ବେଳେ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି, ବର୍ତ୍ତମାନ କେବଳ ମିଶିବା ଟା ବାକି ରହିଛି ।
ଶୁକ୍ରବାର ପ୍ରଦୀପଙ୍କ ବିରୋଧରେ ନବରଙ୍ଗପୁର କଂଗ୍ରେସ ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇ ବିଭିନ୍ନ ପ୍ରକାର ଆରୋପ କରାଯାଇଛି। ଏହାର ଯବାବରେ ରବିବାର ପ୍ରଦୀପ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି। କଂଗ୍ରେସ ତାଙ୍କୁ ସବୁକିଛି ଦେଇଛି ବୋଲି କହିଥିବା ବେଳେ ବର୍ତ୍ତମାନ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଛଡା ଅନ୍ୟ କିଛି ବିକଳ୍ପ ନଥିବା ସହିତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିକାଶ ହେବାକୁ ହେଲେ ବିଜୁଜନତା ଦଳ ହିଁ ଏକମାତ୍ର ତା’ର ମାଧ୍ୟମ। କଂଗ୍ରେସ ହେଉ ଅବା ଅନ୍ଯ କୌଣସି ଦଳରେ ରହି କିଛି କରି ହେବ ନାହିଁ, ତେଣୁ ଆମେ କଂଗ୍ରେସରୁ ଇସ୍ତଫା ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ମଜବୁତ୍ କରିବୁ ବୋଲି କହିଥିଲେ।
ପ୍ରତି ଯବାବରେ କୋରାପୁଟ ବିଧାୟକ ତାରାପ୍ରସାଦ ବାହିନୀ ଯେଉଁ ମାନେ କଂଗ୍ରେସ ରୁ ସବୁକିଛି ପାଇଛନ୍ତି ବୋଲି କହି ଦଳକୁ ଗୋଇଠା ମାରିଛନ୍ତି। ଏପରିକି ରାହୁ ରାହୁଳ ଗାନ୍ଧୀଙ୍କ ସହିତ ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଭିନ୍ନ ମତ ଦେଇଛନ୍ତି ସେମାନେ “, ଦଳ ତ୍ଯାଗୀ ମାନେ ମଡେଲ୍ କଥା କହୁଛନ୍ତି, ୨୫ ବର୍ଷ ମଧ୍ୟରେ ଏହି ସରକାର ବେକାର ଯୁବକ ମାନଙ୍କୁ କେତେ ଚାକିରୀ ଦେଇଛି। ତୈଳଦର ବୃଦ୍ଧି ଠାରୁ ଅନ୍ଯାନ୍ଯ ବିଷୟରେ ଆରୋପ କରିଥିଲେ। ସେହିପରି ଯେଉଁ ମାନେ ଜିତିଥିଲେ ସେମାନେ କଂଗ୍ରେସ ପାଇଁ ଜିତିଥିଲେ । ଯେଉଁ ମାନେ ଅଳ୍ପ ଭୋଟ ବ୍ୟବଧାନ ରେ ହାରିଥିଲେ ଯେଉଁ ଭୋଟ ସେମାନେ ପାଇ ଯାଉଛନ୍ତି ତାହା କଂଗ୍ରେସ ପାଇଁ ପାଇଥିଲେ ବୋଲି ଶ୍ରୀ ବାହିନୀ ପତି କହନ୍ତି। ସେମାନଙ୍କ କୌଣସି ନିଜର ବ୍ଯକ୍ତିତ୍ବ ନାହିଁ । ସେହିପରି ଆଗାମୀ ଦିନରେ କଂଗ୍ରେସକୁ ଆହୁରି ସଂଗଠିତ କରାଯିବା ସହିତ ସଶକ୍ତ କରାଯିବ ।
ଏଥିପାଇଁ ଆସନ୍ତା ୩୧ ତାରିଖରେ ଏକ ବୈଠକ କୋରାପୁଟ ଜିଲ୍ଲାରେ ହେବ। ଏଥିରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପ୍ରଭାରୀ ଚେଲାକୁମାର ଓ ସାଧାରଣ ସମ୍ପାଦକ ସୁରଜ ବାଲା ଆସୁଛନ୍ତି ବୋଲି କୋଟପାଡ ଠାରେ ରବିବାର ଏକ କର୍ମୀ ସମ୍ମିଳନୀ ରେ କହିଛନ୍ତି। ଏଥିସହିତ ସେ କହିଛନ୍ତି ଆମେ ଲୋକମାନଙ୍କ ସହିତ ଅଛୁ, ଯେଉଁ ମାନଙ୍କର ଅର୍ଥ ର ଆବଶ୍ୟକତା ଅଛି ସେମାନେ ଦଳ ଛାଡ଼ି ଅନ୍ୟ ଦଳ କୁ ଚାଲିଗଲେ। ଏପରିକି ଅର୍ଥ ପାଇଁ ବ୍ୟାକୁଳ ଯେଉଁ ମାନେ ସେମାନେ ବିକ୍ରି ହୁଅନ୍ତି ବୋଲି କଟାକ୍ଷ କରିବା ସହିତ ଯେଉଁ ମାନେ ଗଲେ ସେମାନଙ୍କ ଅଖା ନାହିଁ କି ବିରି ନାହିଁ ବୋଲି ତାଚ୍ଛଲ୍ୟ କରି କହିଛନ୍ତି। ଏଠାରେ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀ ପତିଙ୍କ ସହିତ ଅନେକ କର୍ମୀ ଓ ନେତାମାନେ ଉପସ୍ଥିତ ଥିଲେ। (ରିପୋର୍ଟ – ଶରତ ନାୟକ )
No Result
View All Result