ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶନିବାର) ବରଗଡ଼ :- ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମଲା ଡିଗ୍ରୀ କଲେଜଠାରେ ଗତକାଲି ଠାରୁ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ତିନି ଦିନ ଧରି ହେବାକୁ ଥିବା ଏହି ଶିବିର ର ଆଜି ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷ ଡ଼ଃ ମାନଭଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଜମଲା ଡିଗ୍ରୀ କଲେଜର ଛାତ୍ରୀ କିରଣବାଳା ଭୋଇ ଉଦ୍ଘାଟନୀ ଦିବସର କାର୍ଯ୍ୟକ୍ରମ ଗୁଡ଼ିକର ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ । ପରେ ଜମଲା ଚିକିତ୍ସାଳୟର ଡାକ୍ତର ସୁଜାତାରାଣୀ ପଣ୍ଡା ଏଚ୍. ଆଇ. ଭି. ଓ ଏଡସ୍ ଉପରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ । ସେହିପରି ଡାକ୍ତର ଉମାଶ୍ରୀ ପ୍ରଧାନ ପ୍ରାଥମିକ ଚିକିତ୍ସା ସଂପର୍କରେ ବ୍ୟାବହାରିକ ପ୍ରଦର୍ଶନ ସହ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଶେଷରେ ପ୍ରାଧ୍ୟାପକ ଡଃ ଜୟକେତନ ତ୍ରିପାଠୀ ଓ ଅଧ୍ୟାପକ ରମେଶ ସାହୁ ସଡ଼କ ସୁରକ୍ଷା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାଉନସିଲର ଅଧ୍ୟାପକ ସଦାନନ୍ଦ ସେଠଙ୍କ ସମେତ ଅଧ୍ୟାପକ ଡଃ ସ୍ଵାଧୀନ ଚନ୍ଦ୍ର ପଧାନ, ଅଧ୍ୟାପିକା ଡଃ ମିନତି ଦେବତା, ଅଧ୍ୟାପକ ଆଶିଷ କୁମାର ଭୋଇ, ଅଧ୍ୟାପକ ରବୀନ୍ଦ୍ର ନାଗ, ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନକ, ସୁମନ୍ତ ବାଜପେୟୀ,ହେମନ୍ତ ପଣ୍ଡା, ରମଣୀ ରଂଜନ ପଧାନ, ପିଙ୍କି ରଥ, ଲଳିତ କୁମାର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଶିବିର ରେ ଆୟୋଜିତ ସଂଗୀତ ପ୍ରତିଯୋଗିତାରେ ଗାଇସିଲାଟ କଲେଜର ସୁପ୍ରିୟା ଦୀପ ପ୍ରଥମ, ଓ ବିନିତା ସାହୁ ,ବବି କନ୍ଧ ଦ୍ଵିତୀୟ, ଜମଲା ଜୁନିୟର କଲେଜର ସୀମା ମହାନନ୍ଦ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପ୍ରବନ୍ଧ ଲିଖନରେ ଗାଇସିଲାଟ କଲେଜର ସସ୍ମିତା ସାହୁ ଓ ଜମଲା ଡିଗ୍ରୀ କଲେଜର ରିଙ୍କି ବେହେରା ପ୍ରଥମ, ଜମଲା ଡିଗ୍ରୀ କଲେଜର ରୀତା ସେଠ ଦ୍ୱିତୀୟ, ଗନିଆଁପାଲି ଜୁନିୟର କଲେଜର୍ ଆଶା ପ୍ରଧାନ ଓ ଗାଇସିଲାଟ କଲେଜର ବବି କନ୍ଧ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆସନ୍ତାକାଲି ଶିବିର ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।