No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :-ବାଙ୍କୀ ବିଜେପି ରେ ଆଜି ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ପଞ୍ଚାୟତ ପାଥପୁର ଗ୍ରାମର ୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ବାଙ୍କୀ ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ଭାଜପା ବିଧାୟକ ପାଥ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱ ଉପରେ ଆସ୍ଥା ରଖି ବିଜେପି ଦଳରେ ଯୋଗଦାନ କରିଛନ୍ତି । ବାଙ୍କୀ ବିଜେପି ନେତା ଶ୍ରୀ ପାଢ଼ୀ ନୂତନ ଭାବରେ ଯୋଗଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍ୱାଗତ କରି ଦଳୀୟ ଉତ୍ତରୀୟ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମୁପୁରା ମଣ୍ଡଳ ସଭାପତି ରବିନ୍ଦ୍ର ସାହୁ, ସାଧାରଣ ସଂପାଦକ ରୀତୁ ରଞ୍ଜନ ରାଉତ, ଉପସଭାପତି ବିଜୟ ବରାଳ, କଟକ ଜିଲ୍ଲା ବିଜେପି ଉପସଭାପତି ସୀତାକାନ୍ତ ମିଶ୍ର,ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ରାଜିକିଶୋର ବେହେରା, ସନାତନ ରାଉତ, ଧରମୁ ପ୍ରଧାନ, ଦୁର୍ଗା ପ୍ରଧାନ, ସୋମନାଥ ପ୍ରଧାନ ପ୍ରମୁଖ ୩୦ଜଣ ବ୍ୟକ୍ତି ବିଜେପି ରେ ଯୋଗଦାନ କରିଛନ୍ତି ।
No Result
View All Result