No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :- ଦେଶ ପର୍ଯ୍ୟାୟକ୍ରମେ ଖୋଲୁଥିବା ବେଳେ ନାଗରିକମାନେ ଖୋଲା ହସ୍ତରେ ଉତ୍ସବକୁ ସ୍ୱାଗତ କରୁଛନ୍ତି । ଉତ୍ସବର ଭାବକୁ ବଢ଼ାଇବା ଲାଗି ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଡେବିଟ୍ କାର୍ଡରେ ଇଏମ୍ଆଇ ସୁବିଧାର ଶୁଭାରମ୍ଭ କରାଯାଇଛି ଯାହା ଜରିଆରେ ସେମାନେ ମୋଟା ଅଙ୍କର କିଣାକିଣିକୁ ସହଜ କିସ୍ତିରେ ପରିଣତ କରିପାରିବେ । ବ୍ୟାଙ୍କ ଡେବିଟ୍ କାର୍ଡ ରଖିଥିବା ଗ୍ରାହକମାନେ ଯେକୌଣସି ଅଂଶଗ୍ରହଣକାରୀ ଷ୍ଟୋର୍କୁ ଯାଇ ସେଠାରେ ଥିବା ମର୍ଚାଂଟ୍ ପିଓଏସ୍ ଟର୍ମିନାଲ୍ରେ କାର୍ଡକୁ ସ୍ୱାଇପ୍ କିମ୍ବା ଟ୍ୟାପ୍ କରି କାରବାରକୁ ଇଏମ୍ଆଇରେ ରୂପାନ୍ତରିତ କରିପାରିବେ ।
ଏ ସମ୍ପର୍କରେ ଶ୍ରୀଯୁକ୍ତ ଚାରୁ ମାଥୁର୍, ଚିଫ୍ ଡିଜିଟାଲ୍ ଅଫିସର ଓ ମୁଖ୍ୟ- ବ୍ୟବସାୟ ରଣନୀତି, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ କହିଛନ୍ତି ଯେ, “ଗ୍ରାହକମାନଙ୍କ ବ୍ୟାଙ୍କ ଅନୁଭୂତିରେ ଅତୁଲ୍ୟ ମୂଲ୍ୟ ଆଣିବାପାଇଁ ଉତ୍ପାଦ ଉପସ୍ଥାପନ ଦ୍ୱାରା ସେମାନଙ୍କୁ ସୁବିଧା ପ୍ରଦାନ କରିବା ଦିଗରେ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ସର୍ବଦା ଆଗରେ ରହିଛି । ଆମେ ଆମର ଡେବିଟ୍ କାର୍ଡ ଗ୍ରାହକମାନଙ୍କ ଲାଗି ଇଏମ୍ଆଇ ସୁବିଧାର ଶୁଭାରମ୍ଭ କରି ବେଶ୍ ଆନନ୍ଦିତ ଯାହା ସେମାନଙ୍କୁ ବିଭିନ୍ନ ବର୍ଗର ଏବଂ ନିଜ ପସନ୍ଦର ସାମଗ୍ରୀ କିଣିବାରେ ସହାୟକ ହେବ ଏବଂ ସେମାନଙ୍କୁ ଏକ ନିର୍ଦିଷ୍ଟ ଅବଧି ଭିତରେ ସହଜ କିସ୍ତି ଜରିଆରେ ପେମେଂଟ୍ କରିବାର ନମନୀୟତା ପ୍ରଦାନ କରିବ ।
ଆମ ପାଇଁ ଉତ୍ସବ ଋତୁର ଆଗମନ ହୋଇସାରିଥିବା ବେଳେ ଆମର ବିଶ୍ୱାସ ରହିଛି ଯେ ଏଭଳି ଆକର୍ଷଣୀୟ ଉପସ୍ଥାପନ ଗ୍ରାହକଙ୍କ ଉତ୍ସବ ପାଳନକୁ ବଢ଼ାଇବ ଏବଂ ସେମାନଙ୍କ କିଣିବା ନିଷ୍ପତ୍ତିକୁ ତ୍ୱରାନ୍ୱିତ କରିବ ।’’ ପ୍ରାରମ୍ଭରେ ବ୍ୟାଙ୍କ ପକ୍ଷରୁ ବଡ଼ ଫର୍ମାଟ୍ର ରିଟେଲର୍, ହାଇପର୍ମାର୍କେଟ୍, ମଲ୍ଟି ବ୍ରାଣ୍ଡ୍ ଓ ସିଙ୍ଗଲ୍ ବ୍ରାଣ୍ଡ୍ ଷ୍ଟୋର୍ ଭଳି ୬୦,୦୦୦ରୁ ଅଧିକ ମର୍ଚାଂଟ୍ ଆଉଟ୍ଲେଟ୍ ସହିତ ସହଯୋଗିତା ସ୍ଥାପନ କରାଯାଇଛି ଯାହା ଜରିଆରେ ଗ୍ରାହକମାନେ କଂଜ୍ୟୁମର୍ ଡ୍ୟୁରେବଲ୍, ଇଲେକ୍ଟ୍ରୋନିକ୍ସ, ପୋଷାକ, ଅଟୋମୋବାଇଲ୍, ହୋମ୍ ଡେକର୍, ହସ୍ପିଟାଲ୍ ଆଦି କ୍ଷେତ୍ରରେ ସହଜରେ କିଣାକିଣି କରିପାରିବେ । ଅନ୍ଲାଇନ୍ କିଣାକିଣିରେ ସାହାଯ୍ୟ କରିବା ଲାଗି ବ୍ୟାଙ୍କ ପକ୍ଷରୁ ଖୁବ୍ଶୀଘ୍ର ଅଗ୍ରଣୀ ଇ-କମର୍ସ କଂପାନିଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରାଯିବ ।
No Result
View All Result