No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) କୋରାପୁଟ :- କିଛି ମାସ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସରେ ଲାଗିରହିଥିବା ଅନ୍ତଃ କନ୍ଦଳ ବାଦାନୁବାଦର ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି । ଶେଷରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ନବରଙ୍ଗପୁର ଲୋକସଭା ଆସନର ପୁର୍ବତ୍ତନ ସାଂସଦ ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଜାତୀୟ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଆଜି ପଠାଇ ଦେଇଛନ୍ତି, ଫଳରେ ଅବିଭକ୍ତ କୋରାପୁଟ ସହିତ ରାଜ୍ୟ କଂଗ୍ରେସରେ ବାଦାନୁବାଦରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି କହିଲେ ଚଳେ । ତେବେ ଦେଖିବାକୁ ବାକି ରହିଲା ଆଗକୁ ଆଉ କଣ ହେଉଛି । ସେହିପରି ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁୁ ବିଜେଡ଼ି ବର୍ତ୍ତମାନ କଂଗ୍ରେସ ସହିତ ଭାଜପା ଦଳରୁ ଆମଦାନୀ କରିବାରେ ଲାଗିଛି ।
ଏହା ଅବଶ୍ୟ ବିଜୁଜନତା ଦଳପାଇଁ ସହାୟକ ହୋଇ ପାରେ”, କିନ୍ତୁ ଗୋଟିଏ ଦଳରୁ ଅନ୍ୟ ଦଳକୁ ଯେଉଁ ନେତା ମାନେ ଡେଉଛନ୍ତି ସେମାନଙ୍କ ଅବସ୍ଥା କଣ ହେବ ତାହା ଆଗାମୀ ଭବିଷ୍ୟତ କହିବ । ଏବେ ପ୍ରଦୀପ ମାଝିଙ୍କ ବିଷୟରେ ଆଲୋଚନା କରିବା,” ପ୍ରଦୀପଙ୍କ ବାପା ଭଗବାନ ମାଝୀ ପୂର୍ବରୁ ବିଜୁବାବୁ ମୁଖ୍ୟ ମନ୍ତ୍ରୀ ଥିବା ସମୟରେ ଜନତା ଦଳରେ ଥିଲେ । ଏପରିକି ସେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ସମୟରେ ତାଙ୍କୁ ରାତାରାତି ନବରଙ୍ଗପୁରୁ ନେଇ ରାଜ୍ୟ ସଭାକୁ ପଠାଇ ଥିଲେ । ଭଗବାନ ୧୯୯୪ ମସିହାରୁ ୨୦୦୦ ମଶିହା ପର୍ଯ୍ୟନ୍ତ ଜନତା ଦଳର ଓଡିଶା ପାଇଁ ରାଜ୍ୟ ସଭା ସଦସ୍ୟ ଥିଲେ ।
ସେହିପରି ପ୍ରଦୀପ କଂଗ୍ରେସରେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରୁ ରାଜନୈତିକ ଜୀବନ ଆରମ୍ଭ କରି ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ସାଂସଦ ଥିବା ବେଳେ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳର ବଳଭଦ୍ର ମାଝୀଙ୍କ ଠାରୁ ପରାଜିତ ହୋଇଥିଲେ । କହିବାକୁ ଗଲେ ପ୍ରଦୀପ ଜନ୍ମରୁ ଅଣକଂଗ୍ରେସ ପରିବାରରେ ଜନ୍ମ ହୋଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟ ପକ୍ଷରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସରେ ଯେଉଁ ବାଦାନୁବାଦ ଓ ଆରୋପ ପ୍ରତ୍ୟାରୋପ ଲାଗି ରହିଥିଲା ବର୍ତ୍ତମାନ ତାହାର ଏକପ୍ରକାର ପୂର୍ଣ୍ଣଛେଦ ପଡିଥିଲା ବୋଲି କହିଲେ ଚଳେ ।
ବିଶେଷ ସୂତ୍ରରୁ ଯାହା ସୂଚନା ମିଳୁଛି ଆସନ୍ତା କାଲି ପ୍ରଦୀପ ବିଜୁଜନତା ଦଳରେ ମିଶିବେ ବୋଲି । ଏପରିକି ପ୍ରଦୀପ ଗତ କିଛିଦିନ ତଳେ କଂଗ୍ରେସ ଛାଡୁ ନାହାନ୍ତି ବୋଲି ଯେଉଁ ସଫେ ଦେଇଥିଲେ ତାହା ବର୍ତ୍ତମାନ ମିଛ ବୋଲି ପ୍ରମାଣିତ ହେବା ସହିତ ଯେହେତୁ ସେ କଂଗ୍ରେସରୁ ଇସ୍ତଫା ଦେଇ ସାରିଲେଣି ନିଶ୍ଚିତ ଭାବେ ବିଜେଡ଼ି ରେ ଯୋଗ ଦେବା ସହିତ ଗୁଜବ ଅବସାନ ହେବାକୁ ଯାଉଛି ।
No Result
View All Result