ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) ଖୋର୍ଦ୍ଧା ,ଜଟଣୀ :- ସୁରକ୍ଷା ମଞ୍ଚ ଜଟଣୀ ଓ ରୋଟାରୀ କ୍ଲବ ର ମିଳିତ ଆନୁକୂଲ୍ୟରେ ଆଜି ସ୍ୱଃ ଶିବ ପ୍ରସାଦ ମହାନ୍ତି ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ବିଶାଳ ରକ୍ତ ଦାନ ଓ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ।
ଏହି ରକ୍ତ ଦାନ ଶିବିରରେ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସୁରକ୍ଷା ମଞ୍ଚ ର ସଭାପତି ଶ୍ରୀଯୁକ୍ତ ଶିବୁ ରତନ ଯୋଶୀ ଓ ସମ୍ପାଦକ ଶ୍ରୀ ଚିତ୍ତ ରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରୋଟାରୀ କ୍ଲବର ଶ୍ରୀଯୁକ୍ତ ରସିକ ଭାଇ ପଟେଲ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଜଟଣୀର ବିଭିନ୍ନ ଅନୁଷ୍ଠାନ ଓ ସ୍ବେସ୍ଛାସେବୀ ମାନେ ସାହାଯ୍ୟ ଓ ସହଯୋଗ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି ।