No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) କଳାହାଣ୍ଡି :- ସ୍କୁଲ ଷ୍ଟାଡିୟମ୍ ମାଟିତଳୁ ବାହାରିଲା ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି , ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାର ପୋଲିସ ପତ୍ତା ଲଗାଇ ପାରୁନଥିବା ବେଳେ ,ଆଜି ସ୍କୁଲ ଷ୍ଟାଡିୟମ ମାଟି ତଳୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି I ମୃତ ଦେହ ଟି ନଷ୍ଟ ହୋଇ ଯାଇଥିବା ବେଳେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ I ଘଟଣାରୁ ପ୍ରକାଶ ଗତ ୮ ତାରିଖ ରୁ କଳାହାଣ୍ଡି ଜିଲ୍ଲା ତୁରକେଲା ଥାନା ଅନ୍ତର୍ଗତ ଝରଣୀ ଗ୍ରାମର ମମିତା ମେହେର ନିଖୋଜ ହୋଇଥିଲେ I ସେ ମହାଲିଙ୍ଗ ସନ୍ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ଥିଲେ I
ଏ ନେଇ ତାଙ୍କ ପରିବାର ଲୋକେ ପ୍ରଥମେ କେଗାଁ ଓ ପରେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ I ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସ୍କୁଲ ମାଲିକ ତଥା ସ୍କୁଲ ଉପଦେଷ୍ଟା କମିଟିର ସଭାପତି ଗୋବିନ୍ଦ ସାହୁ ମମିତା ଙ୍କୁ ୭ ତାରିଖ ରାତିରେ ଫୋନ କରି ୮ ତାରିଖ ସ୍କୁଲ ରେ ମିଟିଂ ଅଛି ବୋଲି କହି ଡ଼କାଇଥିଲେ ଓ ବସଷ୍ଟାଣ୍ଡ ରୁ ନିଜେ ଗୋବିନ୍ଦ ସାହୁ ମମିତା ଙ୍କୁ କାର ଯୋଗେ ଆଣିବାକୁ ଯାଇଥିଲେ I ତା ପରଠାରୁ ଦୀର୍ଘ ୧୧ ଦିନ ହେବ ଶିକ୍ଷୟତ୍ରୀ ନିଖୋଜ ଅଛନ୍ତି I ଆଜି ପୋଲିସ ଏହି ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍ରେ ଆଜି ସକାଳେ ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ କରିଥିଲା ।
ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ମାତ୍ର ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଉକ୍ତ ସ୍ଥାନକୁ ପୁଲିସ୍ ଚାରିପଟୁ ସିଲ୍ କରି ଦେଇଛି । ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ୍, ବ୍ରେସଲେଟ୍, ମୁଦି ଓ ଆହୁରି କିଛି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ମମିତାଙ୍କ ମୃତଦେହ ବୋଲି ଜଣା ପଡ଼ୁଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି ।
No Result
View All Result