ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) ବୈପାରିଗୁଡା :- ପୂର୍ବତନ ଉପବାଚସ୍ପତି ତଥା ମାଲକାନଗିରି ଜିଲ୍ଲା ଆଇନଜୀବୀ ସଂଘ ର ସଭାପତି ପ୍ରହଲ୍ଲାଦ ଦୋରାଙ୍କ ମୁତଶରୀର ତାଙ୍କ ମାଲକାନଗିରି ଜିଲ୍ଲା ପାଙ୍ଗମ ସ୍ଥିତ ବାସଭବନକୁ ଆମ୍ବୁଲାନ୍ସ ଯୋଗେ ନିଆଉଥିବା ସମୟରେ ବୈପାରିଗୁଡା ଆଇନଜୀବୀ ସଂଘର ସଦସ୍ୟ ,ସମସ୍ତ ଦଳର ଦଳୀୟ କର୍ମୀ ଓ ଗ୍ରାମବାସୀ ମାନେ ମୁଖ୍ୟ ଛକରେ ଉପସ୍ଥିତ ରହି ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ମୁତ ଶରୀରକୁ ଫୁଷ୍ଣମ୍ୟାଲ ଅର୍ପଣ କରିଥିଲେ ! ଦୀର୍ଘ ଦିନ ଧରି ପ୍ରହଲ୍ଲାଦ ଦୋରା ଅସୁସ୍ଥ ଥିବାରୁ ତାଙ୍କ ଚିକିତ୍ସା ଭୁବନେଶ୍ୱରର ଏମ୍ସରେ ଚାଲିଥିଲା ! ଚିକିତ୍ସାଧୀନ ଅବସ୍ଥାରେ ଗତ ୨୦ ତାରିଖ ସନ୍ଧ୍ୟା ରେ ପରଲୋକ ହୋଇଯାଇଛି ।
ସେ ଜଣେ ଦକ୍ଷ ଆଇନଜୀବୀ ଭାବେ ପରିଚିତ ଥିବା ସହ ସମସ୍ତ ନାଗରିକଙ୍କୁ ତଥା ନିଃସହାୟ, ଗରିବ ଲୋକ ମାନଙ୍କୁ ଆଇନସେବା ପ୍ରଦାନ କରି ବେଶ ପରିଚିତ ହୋଇଥିଲେ । ସେ ଓଡ଼ିଶା ବିଧାନ ସଭାର ବିଜେପି ଦଳରୁ ବିଧାୟକ ହୋଇ ବିଧାନସଭାରେ ଉପବାଚସ୍ପତି ଭାବେ କାର୍ଯ୍ୟ କରିବା ସହ ନିଷ୍ଠାପର ସହ ଦାୟିତ୍ଵ ସମ୍ପାଦନ ମଧ୍ୟ କରିଥିଲେ ।
ମୁଖ୍ୟଛକରେ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଆଇନଜୀବୀ ପି.ରମେଶ ପାତ୍ର, ଗୌର ଚନ୍ଦ୍ର ପାତ୍ର , ବିଶ୍ବଜୀତ ନାୟକ, ଚିତରଞ୍ଜନ ପାଳ, ଭୁବୁନି ପଣ୍ଡା, ବରିଷ୍ଟ ବିଜେଡି କର୍ମୀ ଆର ଶ୍ରୀ ନିବାସ ରାଓ, ଆର.ଦାମ୍ଭିକା ରାଓ, କୁନୁ ପ୍ରଧାନୀ ,ସମାସସେବୀ ମନୋଜ ମହାପାତ୍ର, ଗୁରୁପଦ ପ୍ରଧାନୀଙ୍କ ସହ ବହୁ ଲୋକେ ଉପସ୍ଥିତ ଥିଲେ ।