No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) ନୂଆଗାଁ :- ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ହାତମୁଠାକୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆଗାଁ ପଞ୍ଚାୟତ ଖାଲମଡ଼ା ଗ୍ରାମ ର ୨୦୦ ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ମା ବାଗ୍ ଦେବୀ ଙ୍କ ପୀଠରେ ଏକତ୍ରିତ ହୋଇ ବୈଠକ କରିଥିଲେ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ

ବିଧାୟକ ଙ୍କ ହାତମୁଠାକୁ କୁ ଅଧିକ ସୁଦୃଢ କରିବା ସହ ସଂଗଠନ କୁ ଅଧିକରୁ ଅଧିକ ମଝଭୂତ୍ କରି ବିରୋଧୀ ଙ୍କୁ ମାତ୍ ଦେବା ପାଇଁ ବିଜେଡ଼ି କର୍ମୀ ନିଷ୍ପତି ନେଇଥିଲେ । ଏଭଳି ବିଜେଡ଼ି କର୍ମୀ ଙ୍କ ଏକତ୍ରିତ ଦେଖି ବିଜେପି ଓ କଂଗ୍ରେସ କର୍ମୀ ଙ୍କ ମଧ୍ୟରେ ଏକ ପ୍ରକାର ଛନକା ସୃଷ୍ଟି ହୋଇଥିବା ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ।

No Result
View All Result