No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) ଲକ୍ଷ୍ମୀପୁର :- ଅବସର ପ୍ରାପ୍ତ ପ୍ରଧାଣ ଶିକ୍ଷକ ତଥା ବ୍ଲକ ସ୍ତରୀୟ ପରବର ବିଚାରକ ରଘୁନାଥ ହିଆଲଙ୍କ ପରଲୋକ ଘଟିଛି । ଶ୍ରୀ ହିଆଲଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଦୀର୍ଘ ପ୍ରାୟ ଦୁଇ ବର୍ଷ ହେବ ରୋଗ ଶଯ୍ୟାରେ ଥିଲେ । ଲକ୍ଷ୍ମୀପୁର ବ୍ଲକ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିବା ସହିତ ଚମ୍ପି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । ବୁଧବାର ରାତିରେ ତାଙ୍କର ବିୟୋଗ ଘଟିଥିଲା ।
ପରଲୋକ ଖବର ପାଇ ତୋୟାପୁଟ ସ୍ଥିତ ତାଙ୍କର ବାସଭବନରେ ସ୍ବର୍ଗତ ହିଆଲଙ୍କ ବହୁ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ , ପୁର୍ବତ୍ତନ ସାଂସଦ ଝିନ ହିକକା, ଶିକ୍ଷକ ସଂଘର ଆଂଚଳିକ ସଂପାଦକ ସୁରେନ୍ଦ୍ର କୁଳଦୀପ, ପ୍ରଧାନ ଶିକ୍ଷକ ଅଭିମନ୍ୟୁ କୁଳଦୀପ, ସ୍ଥାନୀୟ ଅଂଚଳର ଅନେକ ବ୍ଯକ୍ତି , ମାନ୍ଯ ଗନଗଣ୍ଯ ବ୍ଯକ୍ତି ମାନେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଖ୍ରୀଷ୍ଟଧର୍ମା ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ବିଧବା ପତ୍ନୀ ସହିତ ୩ପୁଅ,୪ଝି ଓ ନାତିନାତୁଣୀ ଅଛନ୍ତି । ସ୍ବର୍ଗତ ହିଆଲ ବ୍ଲକ ସ୍ତରୀୟ ପରେପରେ ନାଚ ଓ ଗୀତ ପ୍ରତିଯୋଗିତାରେ ବିଚାରକ ଦାୟିତ୍ଵ ତୁଲାଇଥିଲେ ।
No Result
View All Result