No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଲଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଫଲଗୁଡା ଗ୍ରାମ ଠାରେ ସିପିଆଇ(ଏମ୍)ର ୫ତମ କାଶୀନଗର ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଶତାଧିକ କର୍ମୀମାନେ ଏକ ବିରାଟ ପଟୁଆରରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଏହାପରେ କେ.ମିନାରାଓ “ସମ୍ମିଳନୀର ଲାଲ ପତାକାକୁ” ଉତ୍ତୋଳନ କରିଥିଲେ । ପାର୍ଟିର ରାଜ୍ୟ କମିଟି ସଭ୍ୟ ଯତୀନ୍ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଶହୀଦ୍ ବେଦୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାକାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଏହି ସଭାରେ ମୁଖ୍ୟତଃ କାଶୀନଗର ବ୍ଲକରେ ପାର୍ଟି ତଥା ସଂଗଠନକୁ ଅଧିକା ମଜବୁତ କରି ଗଢି ତୋଳିବା ପାଇଁ ଆଲୋଚନା ହୋଇଥିଲା । ଏହା ସହ ଆଗାମୀ ଦିନରେ ଭୂମିହୀନଙ୍କୁ ଜମିପଟ୍ଟା, ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର, ୩କଳା କୃଷି ଆଇନ୍କୁ ପ୍ରତ୍ୟାହାର, ବେକାରୀଙ୍କୁ କାମ ଦାବି କରି ଜନ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଆଞ୍ଚଳିକ କମିଟିର ସମ୍ପାଦକ କାର୍ତ୍ତୀକ ଶବର ପାର୍ଟିର ବିବରଣୀ ଉପସ୍ଥାପନ କରିଥିଲେ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ପରିଶେଷରେ ଆଗାମୀ ୩ବର୍ଷ ପାଇଁ ଏକ ୧୫ ଜଣିଆ କମିଟିର ନିର୍ବାଚନ ହୋଇଥିଲା ।
ଏଥିରେ ପୁନର୍ବାର କାର୍ତ୍ତିକ ଶବରଙ୍କୁ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଥିବା ବେଳେ ୧୫ ଜଣିଆ କମିଟିରେ ଶୁକୁ ଶବର, ନାଗେଶ ଶବର, ଜେମଶ ଶବର, ପେଣ୍ଠେୟା ଶବର, ସୁବାରାଓ ଶବର, ଭାସ୍କର ରାଓ, ରାଜୀବ ବାବୁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ, ରାଜ୍ୟକମିଟି ସଭ୍ୟ ଯତୀନ୍ ମହାନ୍ତି, ଶୁକୁ ଶବର ପ୍ରମୁଖ ମଞ୍ଚାସୀନ ହୋଇ ନିଜ ନିଜ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନବିରୋଧି ନିତୀକୁ ତିବ୍ର ସମାଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ କେ.ମିନାରାଓ, ୟାଗି ଶବର, ଯେମକା ଶବର ପ୍ରମୁଖ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ ।
No Result
View All Result