No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଠାରେ ଥିବା ପୋଲିସ ବେରାକ ପଡ଼ିଆରେ ଆଜି ୬୨ତମ ସହିଦ ଦିବସ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ଏସପି ଜୟରାମ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହିଦ ପତକା ଉତ୍ତୋଳନ କରି କାର୍ଯ୍ୟରତ ବେଳେ ସହିଦ ହୋଇଥିବା ଅମର ସହିଦ ଜବାନମାନଙ୍କୁ ସହିଦସ୍ତମ୍ଭ ଠାରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଏହି ସହିଦ ଦିବସରେ ଗଜପତିଜିଲ୍ଳାର ଅତିରିକ୍ତ ଜିଲ୍ଲପାଳସଂଗ୍ରାମ ଶେଖର ପଣ୍ଡା, ଏଏସପି ବାମଦେବ ସିଂ,ଡିଏସପି ରାମକୃଷ୍ଣ ପତି ଓ ରାଜକିଶୋର ଦାସ,ହୋମ୍ଗାର୍ଡ ଆରଆଇ ସତ୍ୟକାନ୍ତ ମୋନରଞ୍ଜନ ଜେନା,ପାରଳା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ସମେତ ସମସ୍ତ ପୋଲିସ ପଦାଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ସହିଦ୍ ଯବାନ ମାନଙ୍କ ସହୀଦ ସ୍ତମ୍ଭରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l


No Result
View All Result