No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପାରଳାଖେମୁଣ୍ଡି ନଗରରେ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ଗୋ ହତ୍ୟ ଓ ଗୋ ଚାଲାଣ ରୋକିବା, ଧର୍ମାନ୍ତରୀକରଣ ବନ୍ଦ କରିବା,ବେ ଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା, ଲଭ୍ ଜିହାଦ ଓ ଭୁମି ଜିହାଦ ବନ୍ଦ କରିବା ଏବଂ ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ,ହତ୍ୟା ଓ ଅତ୍ୟାଚାର ରୋକିବା ଆଦି ପ୍ରସଙ୍ଗକୁ ନେଇ ଆଜି ଜିଲ୍ଲାପାଳଙ୍କୁ ରଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଥିବା ବିରାଟ ବାଇକ୍ ର୍ୟାାଲି ଓ ଶୋଭାଯାତ୍ରାରେ ଜିଲ୍ଲାର ଶହ ଶହ କାର୍ଯ୍ୟ କର୍ତ୍ତା,ସାଧୁସନ୍ଥ ଓ ପୁରୁଷ ମହିଳା ଯୋଗଦେଇ ଗୌରିକ ଧ୍ୱଜ ଧରି ପ୍ରତିବାଦ ଧ୍ୱନୀ ଦେଇ ନଗର ପରିକ୍ରମା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନନୀୟ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର,ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ଆନନ୍ଦଜୀ ପାଣ୍ଡେ,
ଅରୁଣ କୁମାର ପଣ୍ଡା,ତରଣୀ ସେନ ଦାସ,ଅମ୍ବିକା ପ୍ରସାଦ ଦାସ,ଗୌତମ ମହାରାଣା,ରମାକାନ୍ତ ରଥ,ନରେନ୍ଦ୍ର ଜାନି,ମୁନିନ୍ଦ୍ର କୁମାର ଶବର,କୌଳାଶ ଚନ୍ଦ୍ର ଗୌଡ,ଆଶାଲତା ପାଣିଗ୍ରାହୀ,କୈଳାସ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପୁଜ୍ୟ ଶ୍ରୀ ରାମାନନ୍ଦ ଦାସ ଜୀ,ପୁଜ୍ୟ ଶ୍ରୀ ନିଗମାନନ୍ଦ ଜୀ,ଗୌରାଙ୍ଗ ପାଣିଗ୍ରାହୀ,ସ୍ଥାନୀୟ ବିଧାୟକ କେ.ନାରାୟଣ ରାଓ.ଅନାଦି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।

No Result
View All Result