No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ବୁଧବାର ) ଭୁବନେଶ୍ଵର :- ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିଶୁପାଳ ଗଡ,ଲୀଙ୍ଗିପୁର ଏବଂ ଟିକରପଡ଼ା ଗ୍ରାମପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି । ସେଥିମଧ୍ୟରୁ ଶିଶୁପାଳ ଗଡ ଗ୍ରାମପଞ୍ଚାୟତ ର ଗଡ଼ଚଣ୍ଡି ମନ୍ଦିର ନିକରେ ୧୧ ଲକ୍ଷ ଟଙ୍କାର ଡ୍ରେନ,ଲିଙ୍ଗୀପୁର ଗ୍ରାମପଞ୍ଚାୟତ ର ଇନ୍ଦିରା କଲୋନୀ ର କଂକ୍ରିଟ ରାସ୍ତା ପାଇଁ ୧୫ ଲକ୍ଷ,

ଗଙ୍ଗୋତ୍ରୀ ନଗର ଲେନ ୧ ରୁ ୩ ପର୍ଯ୍ୟନ୍ତ ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କା ସେହିପରି ଟିକରପଡ଼ା ଗ୍ରାମପଞ୍ଚାୟତ ର ନଦୀବନ୍ଧ ଠାରୁ ଗଙ୍ଗା ବନ୍ଧ ରାସ୍ତାର returning ୱାଲ୍ ପାଇଁ ବାଇଶି ଲକ୍ଷ ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ମଞ୍ଜୁର ହୋଇଥିବା କାର୍ଯ୍ୟ କୁ ଶ୍ରୀ ପଣ୍ଡା ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ବ୍ଲକ ଚେୟାରମ୍ୟାନ ଶ୍ରୀ ଅବିନାଶ ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟା ଦିପ୍ତିମୟି ସୁନ୍ଦରାୟ,ସରପଞ୍ଚ ରୀନାରାଣୀ ବେହେରା, ଇତିଶ୍ରୀ ଚଂପତି,ସଂଘମିତ୍ରା ପାଳ, ସମିତିସଭ୍ୟା ରଶ୍ମିତା ଶ୍ରୀଚନ୍ଦନ,ରଜନୀ ଦାସ, ନାଏବ ସରପଞ୍ଚ ରାଜେନ୍ଦ୍ର ସାହୁ, ସମାଜସେବୀ ସୁବାସ ସୁନ୍ଦରାୟ, ଏବଂ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ

No Result
View All Result