ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ବୁଧବାର ) କୋରାପୁଟ :- ଲକ୍ଷ୍ମୀପୁର ପୁର୍ବତ୍ତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ସପତ୍ନୀକ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଓ୍ବାଇ କୁଲେସିକାଙ୍କ ସହିତ ତାଙ୍କର ସମର୍ଥକ ମାନଙ୍କ ସହିତ ଭୁବନେଶ୍ବର ଯାଇ ବୁଧବାର ବିଜୁ ଜନତା ଦଳର କାର୍ଯ୍ଯାଳୟରେ ମିଶିଛନ୍ତି । ତେବେ ତାଙ୍କର ଯାହାଙ୍କ ସହିତ ବାଦ ବିବାଦ ଲାଗିଥିଲା ଓ ସେ ଯାହାଙ୍କ ପାଇଁ ଦଳ ଛାଡ଼ିବେ ବୋଲି କହି କଂଗ୍ରେସରୁ ଅଳ୍ପ କିଛି ଦିନ ତଳେ ଇସ୍ତଫା ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ଜୟପୁର ବିଧାୟକ ତାରାପ୍ରସାଦ (ଭାଲୁ) ବାହିନୀ ପତିଙ୍କୁ ଏନେଇ ପଚାରିବାରୁ ସେ କହିଲେ କଂଗ୍ରେସରେ ଶନି, ରାହୁ, କେତୁ ଥିଲେ ।
ଯେଉଁଥିପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଆଗକୁ ଯାଇ ପାରୁ ନଥିଲା, ତେବେ ଏମାନେ ଗଲା ପରେ କଂଗ୍ରେସ ନିଶ୍ଚିତ ଭଲ କରିବ ବୋଲି ଶ୍ରୀ ବାହିନୀ ପତି କହିଛନ୍ତି । ଏପରିକି ବିଜେଡି ପ୍ରତି ଦୁର୍ବଳତା ଥିବା କଥା କୈଳାସ କୁଲେସିକା ଗଣମାଧ୍ୟମ ସମୁଖରେ କହିଥିବାରୁ କୈଳାସ କଂଗ୍ରେସରେ ଥାଇ ତାଙ୍କର ଅନ୍ଯ ଦଳ ପ୍ରତି ଦୁର୍ବଳତା ଥିବା କଥା କହିଥିବା ରୁ କୈଳାସ କଂଗ୍ରେସରେ ନଥିଲେ ବୋଲି ଶ୍ରୀ ବାହିନୀ ପତି ଛିଗୁଲାଇ କହିଛନ୍ତି ।
ତେବେ କେଉଁ ମାନେ ଶନି, ରାହୁ, କେତୁ ବୋଲି ସେ ନାଆଁ ନେଇ ନଥିଲେ । ତେବେ ଯାହା ହେଉନା କାହିଁକି ସୈନ୍ଯ ମାନଙ୍କ କେତେ ବଳ ଯେପରି ଯୁଦ୍ଧ ସମୟରେ ଜଣାପଡ଼ିବ ସେହିପରି ନିର୍ବାଚନ ଫଳାଫଳ ପରେ ନେତା ମାନଙ୍କର ଶକ୍ତି କେତେ ତାହା ଜଣା ପଡିଥାଏ । ଆଉ ଅଳ୍ପ କିଛି ମାସ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପରେ ଜଣା ପଡ଼ିବ କାହାପାଇଁ କିଏ ଲାଭବାନ ହେଉଛି ।