No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ବୁଧବାର ) ଖୋର୍ଦ୍ଧା-ଜଟଣୀ :- ଆଇ ଆଇ ଟି ଭୁବନେଶ୍ୱର ର ଦଶମ ଦୀକ୍ଷାନ୍ତ ସମାରୋହ ଜଟଣୀ ଅରଗୁଳ ସ୍ଥିତ ପରିସର ରେ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇବ୍ରିଡ଼ ମୋଡ଼ରେ ଆୟୋଜିତ ଏହି ଉତ୍ସବରେ ଇନ୍ଫୋଶିଷ ର ପ୍ରତିଷ୍ଠାତା ଏନ ଆର ନାରାୟଣ ମୂର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇ ଆଇ ଟି ଭୁବନେଶ୍ୱର ର ବୋର୍ଡ ଅଫ ଗଭର୍ଣ୍ଣର ଅଧକ୍ଷ ଡ଼ଃ ରାଜେନ୍ଦ୍ର ପ୍ରସାଦ ସିଂ ଏହି ଉତ୍ସବରେ ଅଧକ୍ଷତା କରିଥିଲେ ।
ଏହି ଉତ୍ସବରେ ଛାତ୍ର,ଛାତ୍ରୀ ମାନଙ୍କୁ ବିଭିନ୍ନ ବର୍ଗର ଉପାଧି ପ୍ରଦାନ କରାଯାଇଥିଲା ଯେଉଁଥିରେ ୩୪ ଜଣ PHD, ୧୫୨ Mtech, ୧୭୮ Msc, ୨୫୫ ଜଣ B Tech, ଓ ୩୬ ଜଣଙ୍କୁ ଦ୍ଵୟିତ ଡିଗ୍ରୀପ୍ରଦାନ କରାଯାଇଛି । ପ୍ରମୁଖ ସମ୍ମାନ ଭାବରେ କମ୍ପୁଟର ବିଜ୍ଞାନ ଓ ଇଂଜିନିୟରିଂ ବିଭାଗର ଦିନେଶ ମହାନ୍ତିଙ୍କୁ ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇ ଥିବା ବେଳେ ଦ୍ଵୟିତ୍ବ ଡିଗ୍ରୀ ବ୍ୟାଚର ସିଭମ ହଣ୍ଡା, M tech ର ଶାଶ୍ୱତ କୁମାର ପଣ୍ଡା ଓ Msc ରେ ହିତେଶ ଗୁପ୍ତାଙ୍କୁ ଡ଼ାଇରେକ୍ଟର ସ୍ୱର୍ଣ୍ଣ ପଦକରେ ସମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆଇ ଆଇ ଟିର ନିର୍ଦେଶକ ପ୍ରଫେସର ଆର ବି ରାଜା କୁମାର ପ୍ରମୁଖ ପରିଚାଳନା କରିଥିଲେ ।
ଇଫତେଖାର ଅଲ୍ଲୀ
No Result
View All Result