No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯,ଅକ୍ଟୋବର,ମଙ୍ଗଳବାର) ରାୟଗଡ :- ଘଟଣାଟି ଘଟିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ଗ୍ରାମ ପଞ୍ଚାୟତର ମହେନ୍ଦ୍ରଗିରି ପାହାଡ ପାଦତଳେ ବାରଘର ନିକଟରେ ବଜ୍ରାଘାତରେ 16 ଗୋଟି ମଇଁଷି ଏବଂ 6 ଗୋଟି ଗାଇଗୋରୁ ମୃତ୍ୟୁ ଘଟିଥିବାର ଜଣାପଡିଛି । ଗୋସାଣି ବ୍ଲକ ଲାବଣ୍ୟଗଡ ଗ୍ରାମର ଗଣେଶ ଗୌଡ ଏବଂ ନନ୍ଦ ଗୌଡ ନିଜ ନିଜର ମଇଁଷି ଏବଂ ଗାଇଗୋରୁ କୁ ଧରି ଚରେଇବା ପାଇଁ ବାରଘର ନିକଟସ୍ଥ ମହେନ୍ଦ୍ର ପାହାଡ ପାଖକୁ ନେଇଥିଲେ । ରାତ୍ର ହୋଇଯିବାରୁ ସେଠାରେ ମଇଁଷି ଏବଂ ଗାଇଗୋରୁ ଗୁଡିକୁ ସେଠାରେ ବାନ୍ଧି ନିଜ ନିଜ ଘରକୁ ଫେରିଯାଇଥିଲେ । ହେଲେ ବିଳମ୍ବିତ ରାତ୍ରରେ ବଜ୍ରାଘାତ ଯୋଗୁଁ ଘଟଣା ସ୍ଥଳରେ ଉଭୟଙ୍କ 16ଗୋଟି ମଇଁଷି ଏବଂ 6 ଗୋଟି ଗାଇଗୋରୁ ମୃତ୍ୟୁ ଘଟିଥିବା ଦେଖି ଥିଲେ ଓ ନିଜ ପରିବାର ଙ୍କୁ ଜଣାଇଥିଲେ ।
ଉକ୍ତ ଘଟଣାର ସୁଚନା ପାଇ ଗଜପତି ଜିଲ୍ଲା ପ୍ରାଣୀଧନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ADVO ଡାକ୍ତର ପ୍ରଦୀପ୍ତ କୁମାର ସାହୁ, ADVO(L. P)ଡାକ୍ତର ନାରାୟଣ ମହାପାତ୍ର ଓ ରାୟଗଡ ପଶୁ ଡାକ୍ତର ପ୍ରଶାନ୍ତ କୁମାର ସାମଲ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଂଚି ଥିଲେ । ତେବେ ଘଟଣାସ୍ଥଳ ତଥା ବଜ୍ରାଘାତ ସ୍ଥଳକୁ କୌଣସୀ ଯାନବାହନ ଯାଇ ପାରୁନଥିବାରୁ ମହେନ୍ଦ୍ରଗିରି ସ୍ଥିତ କୁନ୍ତୀ ମନ୍ଦିର ଠାରୁ ପ୍ରାୟ ୧୦କିମି ରାସ୍ତା ପାଦଚଲାରେ ଟିମ୍ ପହଂଚି ଘଟଣା ସମ୍ପର୍କ ଅନୁଧ୍ୟାନ କରି ସମସ୍ତ ମୃତ ଗାଈ ଗୋରୁ ଓ ମଇଁଶୀ ଗୁଡିକୁ ବ୍ୟବଛେଦ କରିଥିବା ସୂଚନା ମେଳିଛି l
ଲାବଣ୍ୟଗଡ ଗ୍ରାମର ଗଣେଶ ଗୌଡଙ୍କର ପ୍ରାୟ ୫ଲକ୍ଷ ଟଙ୍କା ଏବଂ ନନ୍ଦ ଗୌଡଙ୍କ ୨ଲକ୍ଷ ଟଙ୍କାର ଗାଇଗୋରୁ ମୃତ୍ୟୁବରଣ କରିଥିବାର ଜଣାଇଛନ୍ତି । ଉଭୟେ ଗରୀବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସ୍ତରରେ ସାହାଯ୍ୟ ପାଇଁ ଲାବାଣ୍ୟଗଡ ସମିତି ସଭ୍ୟ ନିରାକାର ନାୟକ ନିବେଦନ କରିଛନ୍ତି ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି
No Result
View All Result