No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯,ଅକ୍ଟୋବର,ମଙ୍ଗଳବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ ପବ୍ଲିକ ସ୍କୁଲର ନିର୍ମାଣଧୀନ ଷ୍ଟାଡିୟମରୁ ଏକ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଏହି ଘଟଣାରେ ମାଟିତଳୁ ମିଳିଥିବା ଜିନିଷ ଶିକ୍ଷୟିତ୍ରୀ ମମିତାଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ମୃତ ଦେହ ନିକଟରୁ ମହିଳାଙ୍କ ପାଉଁଜି ଓ ଏକ ସୁନା ଚେନ ଉଦ୍ଧାର ହୋଇଛି । ଜିନିଷ ଗୁଡ଼ିକ ଚିହ୍ନଟ ନେଇ ଡିଏସପି ବଟକୃଷ୍ଣ ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମୃତ ଶରୀରର ଡିଏନଏ ଟେଷ୍ଟ କରାଯିବାକୁ ବଲାଙ୍ଗୀର ପୋଲିସ କହିଛି ।
ଅନ୍ୟପଟେ ମମିତା ମୃତ୍ୟୁ ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଧରିବା ପାଇଁ ଘୋଷିତ ହୋଇଥିବା ପୁରସ୍କାର ରାଶି ୨୦ ହଜାର ରୁ ଲକ୍ଷେ ଟଙ୍କାକୁ ବୃଦ୍ଧି କରାଯାଇଥିବା ପୋଲିସ ସୂତ୍ରରୁ ଘୋଷଣା ହୋଇଛି । କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣା ଟାଉନ ଥାନା ଆଗରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପୋଷ୍ଟର ଜଲାଯାଇ ନାରାବାଜି କରାଯାଇଛି । ଏହି ଘଟଣାରେ ବିଜେପି ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।
No Result
View All Result