No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ବଡବିରୁଆଁ ଉଚ୍ଚବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷସଦ ପକ୍ଷରୁ ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଶଙ୍କର୍ଷର ପୃଷ୍ଟିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ସ୍ମୃତିଚାଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପୃଷ୍ଟିଙ୍କ ଆମ୍ବତୋଳ ସ୍ଥିତ ବାସଭବନରେ ଅନୁଷ୍ଠିତ ସ୍ମୃତିଚାରଣ ସଭା ପୁରାତନ ଛାତ୍ର ପ୍ରାଧ୍ୟାପକ ଡକ୍ଟର ଦମୋଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିଲା ।

ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ଚନ୍ଦ୍ରକାନ୍ତ ମହାନ୍ତି, ବରିଷ୍ଠ ନାଗରିକ ଅଦ୍ୱୈତ ଦାଶ, ସ୍ଥାନୀୟ ସମିତିସଭ୍ୟ ପ୍ରମୋଦ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷାପ୍ରଶାସକ ମକରକେତନ ପୃଷ୍ଟି, ରାମଚନ୍ଦ୍ର ସାହୁ, ଅଧ୍ୟାପକ ରବୀନ୍ଦ୍ର ବିଶ୍ୱାଳ, ପ୍ରାକ୍ତନପ୍ରଧାନଶିକ୍ଷକ ଅଚ୍ୟୁତାନନ୍ଦ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଶଙ୍କର୍ଷଣ ସାର୍ ଥିଲେ ଜଣେ ମଣିଷ ତିଆରି କାରଖାନର ଦକ୍ଷ କାରିଗର ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ତାଙ୍କ ସ୍ମୃତକୁ ନେଇ ଏକ ସ୍ମଣିକା ଉନ୍ମୋଚନା କରାଯାଇଥିଲା ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ମୀର୍ଜା ଆବାସ ବେଗ, ସୁଶାନ୍ତ କୁମାର ମହାପାତ୍ର, ସୁଦର୍ଶନ ମହାନ୍ତି, ଶ୍ରୀନିବାସ ସାହୁ, କୁମୁଦିନୀ ପୃଷ୍ଟି, ଡାକ୍ତର ନିର୍ମଳେନ୍ଦୁ ପୃଷ୍ଟି, ଇଂ ଧବଳେଶ୍ୱର ପୃଷ୍ଟି, ଡାକ୍ତର ନୀଳମାଧବ ପୃଷ୍ଟି ପ୍ରମୁଖ ସାମିଲ ହୋଇ ସ୍ମୃତିଚାରଣ କରିଥିଲା ବେଳେ ସାର୍ଙ୍କ ସାନଭାଇ ଡକ୍ତର ଗିରିଧାରୀ ପୃଷ୍ଟି, ଜ୍ୱାଇଁ ଦୁର୍ଯ୍ୟୋଧନ ପୃଷ୍ଟି ପ୍ରମୁଖ ପରିବାର ଓ ପୁରାତନ ଛାତ୍ରମାନେ ସାମିଲ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବଡପୁଅ ଲଲାଟେନ୍ଦୁ ପୃଷ୍ଟି କୃତଜ୍ଞତା ପୂର୍ବ ସମସ୍ତଙ୍କୁ ଧନବାଦ ଅର୍ପଣ କରିଥିଲେ ।

No Result
View All Result