ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) କୋରାପୁଟ :- କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଥିବା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି। ଶ୍ରୀ ପରିଡ଼ା ଏହି ପଦବୀରେ ଦୀର୍ଘ ବର୍ଷ ହେଲା ଥିଲେ । ଦେବୋତ୍ତର ବିଭାଗ କୁ ମନ୍ଦିର ପରିଚାଳନା କମିଟିର ପରିଚାଳନା ଦାୟିତ୍ବ ଯିବା ପାଇଁ ମନ୍ଦିର ସମ୍ମୁଖରେ ଏକ ନୋଟିସ ଲଟକା ଯାଇଛି । ଅନ୍ୟ ପକ୍ଷରେ କୁହାଯାଉଛି କିଛି ଦିନ ତଳେ କୋରାପୁଟର ପୁର୍ବତ୍ତନ ସାଂସଦ ଜୟରାମ ପାଙ୍ଗି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଆନ୍ଦ୍ରେ ପ୍ରଦେଶ ଓ ଛତିଶଗଡ଼ର କିଛି ଅଞ୍ଚଳକୁ ନେଇ ଗତ ୯ ତାରିଖରେ ଯେଉଁ ଦଣ୍ଡକାରଣ୍ୟ ଦାବୀ ସହିତ କେନ୍ଦ୍ର ଶାସିତ ଅଞ୍ଚଳର ଦାବୀ କରିଥିଲେ ସେଠାରେ ଶ୍ରୀ ପରିଡ଼ା ଉପସ୍ଥିତ ଥିଲେ । ଏପରିକି ଦଣ୍ଡକାରଣ୍ୟ ଦାବୀ ଉପରେ ସ୍ବର ମିଳାଇ ଥିଲେ, ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।
ଅବଶ୍ୟ ଶ୍ରୀ ପାଙ୍ଗୀ ତାଙ୍କର ନିଷ୍ପତ୍ତିରୁ ଓହରି ଯାଇଥିବା ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି । ତେବେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୁଗ୍ମସଂପାଦକ ଥିବା ଡ. ଜଗବନ୍ଧୁ ସାମଲଙ୍କୁ ସମ୍ପାଦକ ଦାୟିତ୍ଵ ଅର୍ପଣ କରାଯାଇଛି । ସେ ଏହି ପଦବୀରେ ଦୁଇ ମାସ ରହିବା ସହିତ ସ୍ଥାୟୀ ପରିଚାଳନା କମିଟି ଗଠନ କରିବେ। ଏପରିକି କେଉଁ ମାନଙ୍କୁ ସଦସ୍ୟ ଭାବେ ନିଆଯାଇ ପାରିବ ସେ ଦାୟୀତ୍ବ ତାଙ୍କୁ ଅର୍ପଣ କରାଯାଇଛି । ଏହି କମିଟିରେ ଜିଲ୍ଲାର ପାଞ୍ଚ ଜଣ ବିଧାୟକଙ୍କ ସହିତ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ଯକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ । ତେବେ ସ୍ଥାୟୀ କମିଟି ଗଠନ ହେବା ପର୍ଯ୍ୟନ୍ତ ଶ୍ରୀ ସାମଲ ଏହି ଦାୟୀତ୍ବ ନିଭାଇବେ ।
ସ୍ଥାୟୀ କମିଟି ଗଠନ ହେଲେ ଜିଲ୍ଲାରେ ଥିବା ପ୍ରତି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିରୁ ଜଣେ ଲେଖାଏଁ ସଦସ୍ୟ ସହିତ ଜିଲ୍ଲାର ୧୪ ବ୍ଲକରୁ ଜଣେ ଲେଖାଏଁ ସଦସ୍ୟ ଅନ୍ୟ ମନୋନୀତ ସଦସ୍ୟ ଗ୍ରହଣ କରାଯିବ। ୨ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ପରିଚାଳନା କମିଟି ଗଠିତ ହେବା ପାଇଁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନା ଯୋଗ୍ୟ ଏହିକି ବିଭିନ୍ନ କାରଣରୁ ପ୍ରାୟ ୫ ବର୍ଷ ହେଲା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ପାରୁ ନଥିଲା । ତେବେ ଯାହା ହେଉ ନା କାହିଁକି ବର୍ତ୍ତମାନ ଜିଲ୍ଲାରେ ଆଲୋଚନା ହେଉଛି ସ୍ବତନ୍ତ୍ର ଦଣ୍ଡକାରଣ୍ୟ ସହିତ କେନ୍ଦ୍ର ଶାସିତ ଅଞ୍ଚଳ ବୈଠକରେ ଯୋଗଦେବା ଘଟଣା ଗଦାଧରଙ୍କୁ ମହଙ୍ଗା ପଡ଼ିଛି।