No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) ବରଗଡ଼ :- ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କୁସୁମଦର୍ହା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମର ସମାରୀ ବରିହା (୩୨) ଘରେ ସ୍ବାମୀ ସଦା ଶିବଙ୍କ ବେକରେ ଗାମୁଛା ଭିଡ଼ି ହତ୍ୟା କରିବା ଘଟଣା ଏ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଝାରବନ୍ଧ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ଅଭିଯୁକ୍ତ ସ୍ତ୍ରୀଙ୍କୁ ପୋଲିସ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି ।
ନିଶାସକ୍ତ ଅବସ୍ଥାରେ ସବୁଦିନ କାହିଁକି ଘରକୁ ଆସୁଛ କହି ଅଭିଯୁକ୍ତ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଗଳାରେ ଏକ ଗାମୁଛା ଭିଡ଼ି ଟାଣି ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ହିଁ ସଦାଶିବ ଟଳି ପଡ଼ିଥିବା ସାଧାରଣରେ ଆଲୋଚନା ହେଉଛି । ପୋଲିସ ହତ୍ୟା ଘଟଣାର ଅଧିକ ତଦନ୍ତ କରୁଛନ୍ତି ।
No Result
View All Result