No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ମୋହନା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ସମୟରେ ବ୍ଳକର ଅନେକ ଉନ୍ନତି ମୁଳକ କାମର ଭିର୍ତ୍ତି ପସ୍ତ୍ରର ଉନ୍ମୋଚନ କରିଥିଲେ । ଦୁର୍ଗମ ଅଞ୍ଚଳ ଗୁଡିକରେ ବସବାସ କରୁଥିବା ଲୋକଙ୍କର ଗମନାଗମନର ସୁବିଧା ପାଇଁ ଏବଂ ଗାଁ ସହିତ ରାଜ୍ୟ ରାଜପଥ ଓ ସହରକୁ ସଂଯୋଗୀକରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ କରଯାଇଥିଲା । କିନ୍ତୁ ଗାଁରୁ ଜିଲ୍ଲାର ବିଭିନ୍ନ ସହରକୁ ଗାଡିର ସୁବିଧା ନଥିବାରୁ ଲୋକେ ପାଦରେ ଚାଲି ଚାଲି ବ୍ଲକ, ସହରକୁ ସରକାରୀ ଓ ବେସରକାରୀ କାମରେ ସହରକୁ ଆସୁଥିଲେ । କୌଣସି ରୋଗୀକୁ ମେଡ଼ିକାଲ ଆଣିବାକୁ ହେଲେ ଚାଲି ଚାଲି ୬ରୁ ୮କିମି ଆସି ବସରେ ଆସୁଥିଲେ । ତାପରେ ଜିପ ଓ କମାଣ୍ଡର ଗାଡିରେ ଉପର ଛାତରେ ଓ ଭିତରେ ଲୋକେ ବସି ଆସୁଥିଲେ । ଅନେକ ସମୟରେ ଗାଡି ଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାର ନଜିର ମଧ୍ୟ ରହିଛି । ଏସବୁକୁ ଦୃଷ୍ଟିରେ ରଖି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ଯେପରି ଗାଡିର ସୁବିଧା ପାଇବେ ତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଜୁ ବାବୁଙ୍କ ନାମରେ ବିଜୁ ଗାଁ ଗାଡିର ବ୍ୟବସ୍ଥା କରିଥିଲେ ।
ସେହି ଗାଡି ଗୁଡ଼ିକୁ ମହିଳା ଗ୍ରୁପ ଦ୍ୱାରା ପରିଚାଳିତ ହେଉଥିଲା । ଯାହାଫଳରେ ମହିଳା ଗୋଷ୍ଠୀ ଗୁଡ଼ିକ ମଧ୍ୟ ଦୁଇ ପଇସା ରୋଜଗାର କରି ଲାଭବାନ ହେଉଥିଲେ । ବସ ଗୁଡ଼ିକ ଭଲରେ ଦୁଇ ବର୍ଷ ରାସ୍ତାରେ ଚଳପ୍ରଚଳ ହେଲା । ତାପରେ ଧୀରେ ଧୀରେ ଗାଡି ଗୁଡିକ ବ୍ଲକ ପ୍ରଶାସନର ତଦାରଖ ,ଅଵହେଳା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ମୋହନା ବ୍ଲକରେ ଦୁଇଟି ଗାଡି ଦୀର୍ଘ ବର୍ଷ ପଡି ରହି ଖତ ଖାଉଛି ଗାଡ଼ିର ଚତୁଃପାର୍ଶ୍ଗରେ ଗଛ ଉଠିଲାଣି । ଗାଡିରେ କଳଙ୍ଗି ମଧ୍ୟ ଲାଗିଲାଣି । ରା, ଉଦୟଗିରିରେ ମଧ୍ୟ ଦୁଇଟି ଗାଡି ରାସ୍ତା କଡେ ପଡି ଖତ ଖାଉଛି ।
ମୋହନା ବ୍ଲକରେ ଆଉ ଯେଉଁ ଦୁଇଟି ଗାଡି ଗଡୁଛି ତାହାକୁ ମଧ୍ୟ ତିନି ବର୍ଷ ବିତିଲାଣି କିନ୍ତୁ ବସର ମରାମତି ଖର୍ଚ୍ଚ ବହନ କରୁନାହାନ୍ତି ବ୍ଲକ ମଙ୍ଗଳ ଅଧିକାରୀ । ଗାଡି ବୁଝୁଥିବା ମହିଳା ମଣ୍ଡଳ ଏବେ ଋଣ ଗ୍ରସ୍ତ ହୋଇ ଚିନ୍ତାରେ ପଡିଛନ୍ତି । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଏ ସଂପର୍କରେ ବାରମ୍ଵାର ବ୍ଲକ ମଙ୍ଗଳ ଅଧିକାରୀ ରଞ୍ଜନ ଜେନାଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉନାହାନ୍ତି । ଯାହା ଦ୍ୱାରା ବିଜୁ ବାବୁଙ୍କ ସ୍ୱପ୍ନକୁ ମାଟିରେ ମିଶେଇ ସାରିଲେଣି ବ୍ଲକ ପ୍ରଶାସନ । ତେଣୁ ଏଥିପ୍ରତି ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯେପରି ଦୁର୍ଗମ ଅଞ୍ଚଳରେ ପୁଣି ଗାଡି ଗଡିବ ତାକୁ ଅପେକ୍ଷା କରିଛନ୍ତି ଦୁର୍ଗମ ଅଞ୍ଚଳବାସୀ ।

No Result
View All Result