No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୭ ଅକ୍ଟୋବର , ରବିବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ନିକଟରେ ଥିବା ଶ୍ରୀଶ୍ରୀଶ୍ରୀରାମେଶ୍ୱର ଶନିଦେବ ମନ୍ଦିରର କବାଟ ଭାଙ୍ଗି ମନ୍ଦିର ଭିତରେ ଥିବା ହୁଣ୍ଡିକୁ ଭାଙ୍ଗି କୌଣସି ଦୁର୍ବୃତ୍ତ ଦାନ ଆକାରରେ ପଡିଥିବା ଅର୍ଥକୁ ଲୁଟି ନେଇଥିବା ସୂଚନା ମିଳିଛି । ମନ୍ଦିରର ପ୍ରତିଷ୍ଠାତା ଭରତ ମହାରଣାଙ୍କ ପୁଅ ସନ୍ତୋଷ ମହାରଣା ଓ ଶନିଦେବ ମନ୍ଦିରର ପୂଜକ ଜଗନ୍ନାଥ ପଣ୍ଡା ଏ ନେଇ ପାରଳା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଗତ ୧୪ତାରିଖ ବିଳମ୍ବିତ ରାତ୍ରରେ ଶନିଦେବ ମନ୍ଦିରର କବାଟକୁ ଶାବଳ ଦ୍ୱାରା ଭାଙ୍ଗି ମନ୍ଦିର ଭିତରେ ଥିବା ହୁଣ୍ଡିକୁ ମଧ୍ୟ ଭାଙ୍ଗି କୌଣସି ଦୁର୍ବୃତ୍ତ ଦାନ ଆକାରରେ ପଡିଥିବା ଅର୍ଥକୁ ଲୁଟି ନେବା ସହ ମନ୍ଦିରର ପିତ୍ତଳ ଘଣ୍ଟ ଓ ଅନ୍ୟାନ୍ୟ ପୂଜାରେ ବ୍ୟବହୃତ ସାମଗ୍ରୀକୁ ଲୁଟି ନେଇଛନ୍ତି ।
ମନ୍ଦିର ପାଶ୍ୱର୍ରେ ଥିବା ପୂଜକଙ୍କ କଠୋରୀରୁ ମଧ୍ୟ ୩ହଳ ନୁଆଁ ପ୍ୟାଣ୍ଟ ସାର୍ଟ ଓ ୧୫ଶହ ଟଙ୍କା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି, ଏହି ଘଟଣା ନେଇ ଚୋରୀ ଘଟିଥିବା ଶନି ମନ୍ଦିରକୁ ଯାଇ ସମସ୍ତ ଅନୁଧ୍ୟାନ କରାଯିବା ସହ ଚୋରୀରେ ବ୍ୟବହୃତ ଶାବଳ ଓ ଭଙ୍ଗା ଯାଇଥିବା ଚାବିକୁ ଜବତ କରାଯାଇ ଘଟଣାର ଅନୁସନ୍ଧାନ ଜାରୀ ରହିଛି ।
No Result
View All Result